Latest Odisha News

BREAKING NEWS

ଚନ୍ଦ୍ର ଛାଡି ପୃଥିବୀ କକ୍ଷକୁ ଫେରିଲା ଚନ୍ଦ୍ରଯାନ-୩ ପ୍ରୋପଲସନ ମଡ୍ୟୁଲ

ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରୁ ପୃଥିବୀ କକ୍ଷପଥକୁ ଫେରିଲା ଚନ୍ଦ୍ରଯାନ-୩ ପ୍ରୋପଲସନ ମଡ୍ୟୁଲ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ଇସ୍ରୋ କହିଛି ଯେ ଏକ ନିଆରା ପରୀକ୍ଷଣରେ ଚନ୍ଦ୍ର ପରିକ୍ରମା କରୁଥିବା ଚନ୍ଦ୍ରୟାନ-୩ର ପ୍ରୋପଲସନ ମଡ୍ୟୁଲ ପୃଥିବୀର କକ୍ଷପଥକୁ ଫେରି ଆସିଛି । ଚନ୍ଦ୍ରଯାନ-୩ ମିଶନ ସଫଳ ହୋଇଛି । ବର୍ତ୍ତମାନ ପ୍ରୋପଲସନ ମଡ୍ୟୁଲ ପୃଥିବୀକୁ ପରିକ୍ରମା କରୁଛି ଏବଂ ନଭେମ୍ବର ୨୨ ସୁଦ୍ଧା ୧.୫୪ ଲକ୍ଷ କିଲୋମିଟର ଉଚ୍ଚତା ଅତିକ୍ରମ କରିଛି । ଇସ୍ରୋ କହିଛି ଯେ କକ୍ଷପଥର ଅବଧି ପ୍ରାୟ ୧୩ଦିନ ।

ସୂଚନାଯୋଗ୍ୟ, ୧୪ ଜୁଲାଇ ୨୦୨୩ରେ ଚନ୍ଦ୍ରୟାନ-୩ମିଶନ ଆରମ୍ଭ କରାଯାଇଥିଲା। ଏହାପରେ, ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳ ସଫ୍ଟ ଲ୍ୟାଣ୍ଡିଂ କରାଯାଇଥିଲା । ଏଭଳି ସଫଳତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ହୋଇପାରିଛି। ଏହାପୂର୍ବରୁ ଚୀନ୍, ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ଏହି ସଫଳତା ହାସଲ କରିଥିଲେ। ।

 

 

 

Comments are closed.