Latest Odisha News

BREAKING NEWS

ଗଞ୍ଜାମ ସିଡିଓଙ୍କୁ ହତ୍ୟା ଧମକ ଅଭିଯୋଗରେ ଆସିକା ବିଧାୟକଙ୍କ ବିରୋଧରେ ଏତଲା ରୁଜୁ

ବ୍ରହ୍ମପୁର: ଆସିକା ବିଧାୟକଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ହୋଇଛି । ଗଞ୍ଜାମ ସିଡିଓଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦ ସିଡିଓ ।

ଅଭିଯୋଗ ଅନୁସାରେ, ଗତ ୩ ତାରିଖରେ ସଂଧ୍ୟାରେ ରିଲିଫ ଯୋଗାଣରେ ପକ୍ଷପାତିତାକୁ ନେଇ ଆସିକା ପୌରପାଳିକା ଅଫିସରେ ଏହି ଘଟଣା ଘଟିଥିଲା । ସିଡିଓ ସମୀର କୁମାର ଜେନା ପୌରପାଳିକା ଅଧ୍ୟକ୍ଷଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ ବିଧାୟକ ସରୋଜ ପାଢ଼ୀ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ସହ ପ୍ରକୋଷ୍ଠକୁ ଆସି ଦୁଆର ଭିତରୁ ବନ୍ଦ କରି ସିଡିଓଙ୍କୁ ର୍ଦୁବ୍ୟବହାର କରିଥିବା ଜଣାପଡ଼ିଛି । ଏହା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।

ପରିସ୍ଥିତିକୁ ଦେଖି ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବା ପିଏସ୍ ଓ ସେଠାରୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସେ କାର୍ଯ୍ୟାଳୟ ଛାଡ଼ିଥିଲେ। ସିସିଟିଭିରେ ପୂରା ଘଟଣା କଏଦ ହୋଇଥିବା ସମୀର ଦାବି କରିଛନ୍ତି । ତେଣୁ ଏହି ଫୁଟେଜ୍ ଯାଞ୍ଚ କରାଗଲେ ପ୍ରକୃତ ଘଟଣା ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି ।

ଏହା ସହିତ ବିଧାୟକଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନେବା, ତାଙ୍କ ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ନ୍ୟାୟ ପ୍ରଦାନ କରିବାକୁ ସେ ପୋଲିସକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.