Latest Odisha News

BREAKING NEWS

ନିଜ ଭୋଟ ଦେଇ ନ ଥିଲେ ପ୍ରାର୍ଥୀ: ଶେଷରେ ସେଇ ଗୋଟିଏ ଭୋଟ ପାଇଁ ହାରିଗଲେ

ନୂଆଦିଲ୍ଲୀ: ଗୋଟିଏ ଗୋଟିଏ ମିଶିଲେ ହିଁ ଅନେକର ସମାହାର ହୁଏ । ହେଲେ ଅନେକ ସମୟରେ ଆମେ ଏହି ଗୋଟିକର ମୂଲ୍ୟ ବୁଝିପାରି ନ ଥାଉ । ହେଲେ ଯିଏ ଗୋଟିଏ ନମ୍ବର ପାଇଁ ଫେଲ ହୋଇଯାଏ,  ଗୋଟିଏ ଭୋଟ ପାଇଁ ହାରିଯାଏ ସେ ହିଁ ଅନୁଭବ କରିପାରେ ଗୋଟିକର ମୂଲ୍ୟ । ନିର୍ବଚନ କ୍ଷେତ୍ରରେ ଦେଖା ଦେଇଛି ଏମିତି ଏକ ଘଟଣା । ଜଣେ ପ୍ରାର୍ଥୀ ଗୋଟିଏ ଭୋଟ ପାଇଁ ହାରି ଯାଇଛନ୍ତି ନିର୍ବାଚନ । ସବୁଠରୁ ବଡ କଥା ହେଉଛି, ସେ ନିଜ ଭୋଟ ଖଣ୍ଡିକ ହିଁ ଦେଇ ନାହାନ୍ତି । ଯଦି ନିଜ ଭୋଟଟି ବି ଦେଇଥାନ୍ତେ ତେବେ ସେ ଜିତି ଯାଇଥାନ୍ତେ । ଯାହା ଫଳରେ ପ୍ରାର୍ଥୀ ଜଣକ ୨ ଥର ପାଇଁ ପର୍ଷଦ ପଦ ପାଇଁ ନିର୍ବାଚିତ ହୋଇଥାନ୍ତେ । ଏମିତି ଘଟଣା ଘଟିଛି ଆମେରିକାରେ ।

ୱାଶିଂଟନର ଡିସି ସହରରରେ ରୋନିୟର ସିଟିର କାଉନସିଲର ପଦ ପାଇଁ ନିର୍ବାଚନ ହେଉଥିଲା । ଏହି ନିର୍ବାଚନରେ ଡେମିୟନ ଗ୍ରୀନ ଏବଂ ରୟାନ ରୋଥଙ୍କ ମଧ୍ୟରେ ଜୋରଦାର ଲଢେଇ ଚାଲିଥିଲା । ଉଭୟଙ୍କ ପ୍ରଚାର ବି ବେଶ ଦମଦାର ଥିଲା । ନିର୍ବାଚନ ସରିଲା । ଫଳ ବାହାରିଲା । ନିର୍ବାଚନରେ ରୟାନ ରଥ ଜିତିଥିଲେ । ରୟାନଙ୍କୁ ୨୪୭ ଭୋଟ ମିଳିଥିବାବେଳେ ଡେମିୟନ ଗ୍ରୀନଙ୍କୁ ମିଳିଥିଲା ୨୪୬ ଭୋଟ । ଡେମିୟନ ଗୋଟିଏ ଭୋଟରେ ନିର୍ବାଚନ ହାରି ଯାଇଥିଲେ ।

ହେଲେ ସବୁଠାରୁ ମଜା କଥା ହେଲା ତାଙ୍କର ହାରିବାର କାରଣ ଆଉ କିଛି ନୁହେଁ । ବରଂ ସେ ନିଜେ । କାରଣ ସେ ନିଜେ ନିଜ ଭୋଟଟିକୁ ସେ ଦେଇ ନ ଥିଲେ । ହେଲେ ଏଥିପାଇଁ ଗ୍ରୀନଙ୍କ ମନରେ ଦୁଃଖ ନାହିଁ । ଅବଶ୍ୟ ସେ ନିଜ ସମର୍ଥକଙ୍କୁ ନିରାଶ କରିଥିବାରୁ ଦୁଃଖ ପ୍ରକାଶ କରିଥିଲେ ।

ଅନ୍ୟପକ୍ଷେ ରୋଥଙ୍କୁ ପଚାରିବାରୁ ସେ ମଧ୍ୟ ସମାନ କଥା କହିଥିଲେ । ଯଦି ତାଙ୍କ ପତ୍ନୀ ତାଙ୍କୁ ମନେ ପକାଇ ନ ଥାନ୍ତେ ତେବେ ସେ ବି ହୁଏତ ତାଙ୍କ ଭୋଟ ଦେବାକୁ ଭୁଲି ଯାଇଥାନ୍ତେ । ତେଣୁ ତାଙ୍କର ନିଜ ଭୋଟ ହିଁ ତାଙ୍କୁ ବଞ୍ଚାଇ ଦେଲା ।

Comments are closed.