Latest Odisha News

ଏନଡିପିଏସ କୋର୍ଟରେ ଦାଖଲ ହେଲା ୨୨୦ କୋଟି ଟଙ୍କାର ଜବତ କୋକେନ

ପାରାଦୀପ: କୁଜଙ୍ଗ ଜିଲ୍ଲା ଜଜ୍ ଏନଡିପିଏସ କୋର୍ଟରେ କଡା ସୁରକ୍ଷା ମଧ୍ୟରେ ଦାଖଲ ହୋଇଛି ଏମଭି ଦେବୀ ପାନାମା ଜାହାଜରୁ ଜବତ ହୋଇଥିବା ଏହି କୋକେନ । ୨୨ ପ୍ୟାକେଟ ରୁ ୨୨ ଟି ନମୁନା ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ପରେ ସଂଗ୍ରହ କରାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ମାନ ପରୀକ୍ଷା ପାଇଁ ନମୁନା ଯିବ ଫରେନ୍ସିଂ ଲ୍ୟାବ ।

ଗତ ଦୁଇ ତାରିଖ ରୁ ପାରାଦୀପ ପିଆଇସିଟି ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଭେସେଲ ଏମଭି ଦେବୀ ମଧ୍ୟରୁ ଏହି ୨୨୦ କୋଟି ଟଙ୍କା ର କୋକେନ ଜବତ କରାଯାଇଥିଲା । ଆଜକୁ ୫ ଦିନ ଧରି ତଦନ୍ତ ଚାଲିଥିବା ବେଳେ ଆଜି କୋକେନକୁ ନେଇ କୁଜଙ୍ଗ କୋର୍ଟ ରେ ହାଜର କରିଛି କଷ୍ଟମ ବିଭାଗ ।

 

ତେବେ ଭେସେଲ ର ସମସ୍ତ କ୍ରିୟୁ ମେମ୍ବର ଭିଏତନାମ ର ହୋଇଥିବା ଓ ସେମାନଙ୍କ ସହ ତଦନ୍ତକାରୀ ସଂସ୍ଥା ର ଭାଷାଗତ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏକ ଅନୁବାଦକ କୁ ଆଣିବାକୁ ଚାଲିଛି ଯୋଜନା । ଅନୁବାଦକ ଆସିବା ପରେ ତଦନ୍ତ ତ୍ୱରାନ୍ୱିତ ହେବ ବୋଲି ଜଣାପଡିଛି ।

 

Comments are closed.