Latest Odisha News

BREAKING NEWS

ଅନୁଗୁଳରେ ରାଜ୍ଯପାଳ ରଘୁବର ଦାସ 

ଅନୁଗୁଳ: ଦୁଇ ଦିନିଆ ଅନୁଗୁଳଗସ୍ତରେ ରାଜ୍ୟପାଳ ରଘୁବର ଦାସ। ଏଥିସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ପ୍ରଥମେ ନାଲକୋ ଗେଷ୍ଟ ହାଉସରୁ ବାହାରି ତୁରଙ୍ଗ ପଞ୍ଚାୟତର ଅଙ୍ଗନବାଡି-ଖ କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ତୁରଙ୍ଗ ପଞ୍ଚାୟତର SHG ମହିଳାମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶିକ୍ଷକପଡା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିବା ସହ ବାଜି ରାଉତ ଛାତ୍ରାବାସ ପରିଦର୍ଶନ କରିଥିଲେ। ସେଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଛାତ୍ରାବାସର ଅନ୍ତେବାସୀଙ୍କ ସହିତ କିଛି ସମୟ ବିତାଇ ଥିଲେ ।ସେଠାରୁ ବାହାରି ଅନୁଗୁଳରେ ନିର୍ମାଣାଧୀନ ମ୍ୟୁଜିୟମ ବ୍ଲାକ ଡାଇମଣ୍ଡ ପରିଦର୍ଶନ କରିଥିଲେ । ରାଜ୍ୟପାଳଙ୍କ ଗସ୍ତ ପାଇଁ ଅନୁଗୁଳ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଗତକାଲି ଢେଙ୍କାନାଳ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟପାଳ।

 

Comments are closed.