Latest Odisha News

ବରଯାତ୍ରୀ ଗାଡିରେ ତେଲ ପକାଉଥିବା ବେଳେ ଅଗ୍ନିକାଣ୍ଡରୁ ଶିଶୁର ମୃତ୍ୟୁ, ଦୁଇ ଗୁରୁତର

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ଗୁରୁବାର ନିଆଁରେ ପୋଡି ହୋଇ ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ଜଣକ ମାଟିଆ ଗ୍ରାମର ହୋଇଥିବା ବେଳେ ସେ ବଡପଦା ଠାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ।

ରତ୍ନାକର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ପୁଅର ବାହାଘର ଥିଲା। ମୋଟର ସାଇକେଲର ତେଲ ଟାଙ୍କିରେ ପେଟ୍ରୋଲ ପକାଉଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ହଠାତ୍ ନିଆଁ ଘରକୁ ବ୍ୟାପିବାରୁ ଦୁଇଟି କୋଠରୀ ଓ ଟେଣ୍ଟ ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ପାଞ୍ଚ ବର୍ଷର ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ପିଲାମାନଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି। ଧୂଆଁ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ ବରଯାତ୍ରୀଙ୍କ ଗାଡିର ଟାଙ୍କିରେ ପେଟ୍ରୋଲ ପକାଯାଉଥିବା ବେଳେ ପାଖରେ ଥିବା ଲୋକେ ବିଡି ଓ ସିଗାରେଟ୍ ଟାଣୁଥିଲେ। ଯାହା ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଉଛି।

Comments are closed.