ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନ୍ ଯୋଜନାରେ ଆଉ ୫,୦୫,୮୧୭ ଜଣ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । କାଲି ଯୋଜନାରେ ଆଉ ୫ ଲକ୍ଷ ୫ ହଜାର ୮୦୦ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ । ଏହାଦ୍ୱାରା ରାଜ୍ୟର ଅନେକ ଗରିବ ଓ ଅସହାୟ ଲୋକ ଉପକୃତ ହେବେ ।
ଏହା ଓଡ଼ିଶା ପାଇଁ ଏକ ବଡ଼ ନିଷ୍ପତ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ପୂର୍ବ ସରକାରଙ୍କ ପେନସନ୍ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ନୂତନ ୫ ଲକ୍ଷ ୫ ହଜାର ୮୦୦ ହିତାଧିକାରୀ ସାମିଲ ହେବା ପରେ ଏହି ସଂଖ୍ୟା ୬୧ ଲକ୍ଷ ୬୫ ହଜାରରେ ପହଞ୍ଚିବ । ଏହା ରାଜ୍ୟରେ ସର୍ବକାଳୀନ ରେକର୍ଡ ବୋଲି କରିଛନ୍ତି ଅନିଲ ବିଶ୍ୱାଳ ।
