Latest Odisha News

ଇମ୍ରାନ ଖାନ୍‌ଙ୍କ ପତ୍ନୀଙ୍କୁ ନୋଟିସ୍ : ‘କଙ୍କଣ, ହାର, ମୁଦି ସବୁ ଆଣି ଆସିବ’

ଇସଲାମାବାଦ: ପାକିସ୍ତାନର ଦୁର୍ନୀତି ନିବାରଣ ଏଜେନ୍ସି ତୋସାଖାନା ମାମଲାରେ ଇମ୍ରାନ ଖାନ୍‌ଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ନୋଟିସ୍ ହୋଇଛି । ଏନ୍‌ଏବି ରାୱଲପିଣ୍ଡି ବୁଶ୍ରାଙ୍କୁ ଏକ ନୋଟିସ୍ ଜାରି କରି ତୋସାଖାନା ମାମଲାରେ ଡିସେମ୍ବର ୧୧ ସକାଳ ୧୧ଟାରେ ହାଜର ହେବାକୁ କହିଛି । ତୋସାଖାନା ମାମଲାରେ ତାଙ୍କ ସହ ସୁନା ହାର, ହୀରା ମୁଦି ଏବଂ ବ୍ରେସଲେଟ୍ ଆଣିବାକୁ ବୁଶ୍ରାଙ୍କୁ ମଧ୍ୟ କହିଛନ୍ତି ।

ଜାତୀୟ କ୍ରାଇମ ଏଜେନ୍ସି (ଏନ୍‌ସିଏ)ର ୧୯୦ ମିଲିୟନ ସ୍କାମ୍‌ରେ ଇମ୍ରାନ ଏବଂବୁଶ୍ରାଙ୍କ ଇସିଏଲ୍‌ରେ ଉଲ୍ଲେଖ କରାଯାଇଛି । ଏନ୍‌ଏବିର ସୁପାରିସରେ ତାଙ୍କ ନାମ ଇସିଏଲ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା । ବୁଶ୍ରାଙ୍କ ନିକଟରେ କାନଫୁଲ, ଦୁଇଟି ମୁଦି, ଏକ ଚେନ୍ ଏବଂ ବ୍ରେସଲେଟ ଥିବା ଅଭିଯୋଗ ହୋଇଛି, ଯାହା ତୋସାଖାନାର ଉପହାର ଥିଲା । ଏହା ବ୍ୟତୀତ ସେ ସୁନା ଏବଂ ହୀରା ମୁଦି, ସୁନା ହାର, କାନଫୁଲ ଏବଂ ବ୍ରେସ୍‌ଲେଟ ମଧ୍ୟ ରଖିଥିବା ଅଭିଯୋଗ ହୋଇଛି ।

Comments are closed.