Latest Odisha News

BREAKING NEWS

ବିଶ୍ୱରେ ପ୍ରଥମ, ବିନା ପାଇଲଟରେ ଉଡିଲା ବିମାନ

କାଲିଫର୍ଣ୍ଣିଆ : ବିଶ୍ବରେ ପ୍ରଥମ ଥର ପାଇଁ ବିନା ପାଇଲଟରେ ବିମାନ ଉଡିଛି। ମାତ୍ର ୧୨ମିନିଟ ପାଇଁ Cessna 208B Caravan ବିମାନଟି କାଲିଫର୍ଣ୍ଣିଆର ହୋଲିଷ୍ଟର ମୁନିସପାଲ ବିମାନବନ୍ଦରରେ ସଫଳତାର ସହ ଟେକଅଫ୍‌ କରିବା ପରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ ବି କରିଛି । ନଭେମ୍ବର ୨୧ରେ ବିମାନ ଉଡ଼ାଣ କ୍ଷେତ୍ରରେ ଏହା ଏକ ବଡ ସଫଳତା ବୋଲି କୁହାଯାଉଛି।

ଫୋବର୍ସକୁ ସାକ୍ଷାତକାର ଦେଇ ରିଲାଏବଲ ରୋବୋଟିକ୍ସର ସହ-ପ୍ରତିଷ୍ଠା ତା ତଥା ସିଇଓ ରବର୍ଟ ରୋଜ କହିଛନ୍ତି, ଲୋକପ୍ରିୟ କାର୍ଗୋ ବିମାନର ରିମୋଟ ଅପରେଶନର ଏହା ଏକ ସଫଳ ପ୍ରଦର୍ଶନ । ଏଥିରୁ ଜଣାପଡୁଛି ଯେ, ଟେକ୍ନୋଲୋଜି କାର୍ଯ୍ୟ କରୁଛି ଏବଂ ଏହା ଆମ ଆୟତ୍ତରେ ଅଛି। ଏହି ବୈଷୟିକ ସଫଳତା ଆମକୁ ଆହୁରି ଆଗକୁ ନେବ।

କାଲିଫର୍ଣ୍ଣିଆର ମାଉଣ୍ଟେନ ଭ୍ୟୁରେ ଥିବା ଏହି କମ୍ପାନି ବିମାନ ପାଇଁ ସ୍ବୟଂଚାଳିତ ବ୍ୟବସ୍ଥା ଯୋଗାଇଥିଲା । ଯଦିଓ ବିମାନରେ କୌଣସି ପାଇଲଟ ଶାରୀରିକ ଭାବରେ ଉପସ୍ଥିତ ନ ଥିଲେ, ହେଲେ ପାଇଲଟ ଦାନା ଟମାଲିହ ୫୦ ମାଇଲ ଦୂରରେ ରହି ଏହାକୁ ଅପରେଟ କରୁଥିଲେ। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ୩୦୦୦ ପାଉଣ୍ଡରୁ ଅଧିକ ଓଜନ ନେବାର କ୍ଷମତା ଥିବା Cessna Caravan ଛୋଟ ରନୱେରେ ଟେକଅଫ ଓ ଲ୍ୟାଣ୍ଡିଂ କରିପାରିବ

Comments are closed.