Latest Odisha News

ବାହାରିଲା ନବମ ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀ : ଜାଣନ୍ତୁ, କେଉଁଦିନ ରହିଛି କେଉଁ ବିଷୟ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ନବମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବ ଏବଂ ୧୧ଟାରେ  ସରିବ ।

ପ୍ରତ୍ୟେକ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭର ମାତ୍ର ୨ ଘଣ୍ଟା ପୂର୍ବରୁ ଅର୍ଥାତ ୭ଟାରୁ ୯ଟା ମଧ୍ୟରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ।  ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ପ୍ରଶ୍ନପତ୍ର ଡାଉନଲୋଡ କରବେ । ପରେ ଏହାର ଜେରକ୍ସ ବା ପ୍ରିଣ୍ଟଆଉଟ ବାହାର କରି ପରୀକ୍ଷା କରିବେ ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୬ ତାରିଖରେ ଦ୍ୱିତୀୟ ଭାଷା ବା ସେକେଣ୍ଡ ଲାଙ୍ଗୁଏଜ ରହିଛି ।  ସେକେଣ୍ଡ ଲାଙ୍ଗୁଏଜ ଭାବେ ଇଂରାଜୀ ବା ହିନ୍ଦୀ ତଥା ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ପରିବେଶ ଓ ଜନସଂଖା ଶିକ୍ଷା ରହିଛି ।

ସେହିପରି ୭ ତାରିଖ ଦିନ ୩ୟ ଭାଷା ବା ଥାର୍ଡ ଲାଙ୍ଗୁଏଜ ରହିଛି । ଏଥିରେ ହିନ୍ଦୀ, ଓଡ଼ିଆ, ପାର୍ଶି, ସଂସ୍କୃତ ରହିଛି । ୯ ତାରିଖରେ ବିଜ୍ଞାନ, ୧୧ ତାରିଖରେ ଗଣିତ,  ୧୨ ତାରିଖରେ ସାମାଜିକ ବିଜ୍ଞାନ ଏବଂ ୧୩ ତାରିଖରେ ପ୍ରଥମ ଭାଷା ବା ଫାର୍ଷ୍ଟ ଲାଙ୍ଗୁଏଜ ରହିଛି । ଫାର୍ଷ୍ଟ ଲାଙ୍ଗୁଏଜରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଧୁ, ତେଲଗୁ ରହିଛି ।

Comments are closed.