Latest Odisha News

BREAKING NEWS

Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍

ଭବାନୀପାଟଣା:ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା ସହର । କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଜୟ ଛତର  ଆସନ୍ତାକାାଲି ଭୋର ୫ଟାରୁ ଜେନାଖାଲରୁ ବାହାରିବ । ମା’ ମାଣିକେଶ୍ୱରୀଙ୍କ ବିଜୟ ଛତର ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସଜାଗ ରହିଛି ପୋଲିସ ପ୍ରଶାସନ ।

ଯାତ୍ରାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଭକ୍ତଙ୍କ ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯୫ ଜଣ ପୋଲିସ ଅଧିକାରୀ । ଏଥିସହ ଯାତ୍ରାପଥ ଓ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ନଜର ରଖିବାକୁ ଲଗାଯାଇଛି ୨୫ଟି ସିସିଟିଭି କ୍ୟାମେରା । ଏହାସହ ଡ୍ରୋନ୍ ମାଧ୍ୟମରେ ଭିଡ଼ର ସ୍ଥିତି ଉପରେ ମଧ୍ୟ ନଜର ରଖାଯିବ ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିୟମାବଳୀ ଅନୁଯାୟୀ ବଳିପ୍ରଥା ବନ୍ଦ କରିବା ନିର୍ଦ୍ଦେଶ ଥିବା ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଇଛି । ହେଲେ ମାନସିନ ପୂରଣ ତଥା ଶ୍ରଦ୍ଧାର ନାଁରେ ଲୋକେ ବଳି ଦେବାରୁ ନିବୃତ ରହୁ ନାହାନ୍ତି ।

 

Leave A Reply

Your email address will not be published.