Latest Odisha News

BREAKING NEWS

ବିବାହ ଭୋଜିରୁ ଫେରିବା ବେଳେ କାର୍-ଟ୍ରକ୍ ଧକ୍କା, ୬ ମୃତ 

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିବାହରେ ଯୋଗ ଦେଇ ଫେରିବା ବେଳେ ଜଗି ରହିଥିଲା ମୃତ୍ୟୁ। କାର ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ନାଗପୁର କାଟୋଲ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ନାଗପୁର ଜିଲ୍ଲା କାଟୋଲ ତାଲୁକା ମେଣ୍ଡିପାଥର ଗାଁର ।

ମୃତକଙ୍କ ପରିଚୟ ସ୍ପଷ୍ଟ କରିଛି ପୋଲିସ। ମୃତକ ହେଉଛନ୍ତି ମେଣ୍ଡିପାଥର ଗାଁର ମୟୂର ଇଙ୍ଗଲେ, ବୈଭବ ଚିଖଲ, ସୁଧାକର ମାନକର, ଭିଥାଲ ଥୋଟେ, ଅଜୟ ଚିଖଲେ ଏବଂ ରମେଶ ହେଲୋଣ୍ଡେ । ଏହି ଘଟଣାରେ ଜଣେ ଆହତ ମଧ୍ୟ ହୋଇଛନ୍ତି ।

କାଟୋଲ ତାଲୁକାର ସୋନଖମ୍ବ ଏବଂ ତାରାବୋଡି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ବିବାହରେ ଯୋଗେ ଦେବା ପରେ ଏକ କାର ନାଗପୁରରୁ କାଟୋଲ ଆଡକୁ ଯାଉଥିଲା । ଏହି ସମୟରେ ଏକ ଟ୍ରକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମୃତଦେହକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଆହତ ଜଣଙ୍କୁ ନାଗପୁରର ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

Comments are closed.