Latest Odisha News

BREAKING NEWS

ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ, ଆସନ୍ତା ୨୬ରୁ ଘରକୁ ଘର ସର୍ଭେ

ଭୁବନେଶ୍ୱର: ଅକ୍ଟୋବର ୨୬ରୁ ସମଗ୍ର ଓଡ଼ିଶାରେ ଘରକୁ ଘର ଭୋଟର ସର୍ଭେ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୦୨୭ ପଞ୍ଚାୟତ ଏବଂ ପୌର (ମ୍ୟୁନିସିପାଲିଟି) ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ ଓ ସଂଶୋଧନ କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି।

ଏହି ସର୍ଭେ କାର୍ଯ୍ୟକ୍ରମ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୭, ୨୦୨ ପର୍ଯ୍ୟନ୍ତ ଚାଲିବ। ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଆପଣଙ୍କ ଘରକୁ ଘର ବୁଲି ଏହି ଯାଞ୍ଚ କରିବେ। ନୂତନ ଯୋଗ୍ୟ ଯୁବ ଭୋଟରମାନଙ୍କ ନାମ ତାଲିକାରେ ସାମିଲ କରିବା, ପୂର୍ବରୁ କଟିଯାଇଥିବା କିମ୍ବା ବାଦ୍ ପଡ଼ିଥିବା ଭୋଟରଙ୍କ ନାମ ଯୋଡ଼ିବା ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

 

Leave A Reply

Your email address will not be published.