Latest Odisha News

BREAKING NEWS

ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା: ସବୁଠାରୁ ମହଙ୍ଗା ମିଚେଲ ଷ୍ଟାର୍କ

ନୂଆଦିଲ୍ଲୀ:ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା । ନିଲାମ ହେଲେ ଆଇପିଏଲ ଖେଳାଳୀ । ଦୁବାଇରେ କୋଟି କୋଟି ଟଙ୍କାରେ ଖେଳାଳିଙ୍କର ଆଜି ନିଲାମ ହୋଇଛି । ଏହି ମିନି ଅକ୍ସନରେ ୩୩୨ ଖେଳାଳିଙ୍କ ମୂଲ୍ୟ ଧାର୍ଯ୍ୟ ହୋଇଛି । ଏଥିରେ ୨୧୬ ଜଣ ଭାରତୀୟ ଏବଂ ୧୧୬ ଜଣ ବିଦେଶୀ ଖେଳାଳି ଅଛନ୍ତି ।ଏହି ୩୩୨ ଖେଳାଳିଙ୍କୁ ୧୯ ସେଟରେ ବିଭାଜିତ କରାଯାଇଛି ।

ସବୁଠାରୁ ମହଙ୍ଗ ଖେଳାଳୀ ମାନ୍ୟତା ପାଇଲେ ଅଷ୍ଟ୍ରେଲିଆ ବୋଲର ମିଚେଲ ଷ୍ଟାର୍କ  । ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଦେଇ କିଣିଛି । ଷ୍ଟାର୍କଙ୍କ ବେସ ପ୍ରାଇସ ୨ କୋଟି ଥିବାବେଳେ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ୯.୬୦ କୋଟିରେ ଡାକିଥିଲେ । ଏହାପରେ ଗୁଜରାଟ ଟାଇଟାଲ୍ସ  ଏବଂ କୋଲକାତା ନାଇଟ ରାଇଡର୍ସ ଡାକିବା ଆରମ୍ଭ କରିଥିଲେ । ଶେଷରେ କୋଲାକାତା ୨୪.୭୫ କୋଟିରେ ଷ୍ଟାର୍କଙ୍କୁ କିଣିଥିଲା । ଷ୍ଟାର୍କଙ୍କୁ କିଣିବା ପାଇଁ କୋଲକାତା ଏବଂ ଗୁଜରାଟ ମଧ୍ୟରେ ଲମ୍ବା ସମୟ ଧରି ମୁକାବିଲା ଚାଲିଥିବା ଦେଖିବାକୁ ମିଳିଥିଲା ।

ସେହିପରି ନିଜ କ୍ୟାପ୍ଟେନସିପରେ ଅଷ୍ଟ୍ରେଲିଆକୁ ୱାର୍ଲଡକପ ଜିତାଇଥିବା ପେସର ପ୍ୟାଟ କମିନ୍ସ (Pat Cummins) ଙ୍କୁ  ପୂର୍ବ ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ (SRH)୨0.୫ କୋଟିରେ  କିଣିଛି ।

ଗତ ସଂସ୍କରଣରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଂଲଣ୍ଡର ଅଲରାଉଣ୍ଡର ସାମ କରନ । ପଞ୍ଜାବ କିଙ୍ଗସ ତାଙ୍କୁ ତାଙ୍କୁ ୧୮.୫୦ କୋଟି ଟଙ୍କା ଦେଇ ଗତଥର କିଣିଥିଲା। ଏଥର କରନଙ୍କ ରେକର୍ଡ ପ୍ରଥମେ ଭାଙ୍ଗିିଥିଲେ କମିନ୍ସ  । ସେ ୨୦.୫୦ କୋଟିରେ ନିଲାମ ହେବା ପରେ  ତାଙ୍କରି ଦେଶର ଷ୍ଟାର୍କ ତାଙ୍କୁ ପଛରେ ପକାଇ ଦେଲେ । ଷ୍ଟାର୍କ ୨୪.୭୫େକାଟିରେ ନିଲାମ ହେଲେ ।

ନିକଟରେ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ ଜିତିଥିଲା। ଏହାର ପ୍ରଭାବ ଆଇପିଏଲ ନିଲାମ ଉପରେ ବେଶ ପଡିଥିଲା ।  ଯାହା ବି ହେଉ,  ଷ୍ଟାର୍କ ଆଇପିଏଲରେ ଦୀର୍ଘ ୮ ବର୍ଷ ପରେ  ନଜର ଆସିବେ। ସେ ୨୦୧୫ରେ ଶେଷ ଥର ପାଇଁ ଆରସିବି ପାଇଁ ମ୍ୟାଚ ଖେଳିଥିଲେ। ୨୦୧୮ ଅକ୍ସନରେ ମଧ୍ୟ ସେ ସାମିଲ ହୋଇଥିଲେ। ତାଙ୍କୁ କେକେଆର ୯.୪ କୋଟି ଟଙ୍କାରେ କିଣିଥିଲା।

ଅନ୍ୟଖେଳଳିଙ୍କ ତାଲିକା-

୧-ରାଓମେନ ପାବେଲ(ୱେଷ୍ଟଇଣ୍ଡିଜ)-୭.୪୦ କୋଟି ଦେଇ କିଣିଛି ରାଜସ୍ଥାନ ରଏଲ୍ସ (ବେସ ପ୍ରାଇସ-୧ କୋଟି)

୨-ହ୍ୟାରି ବ୍ରୁକ(ଇଂଲଣ୍ଡ)-୪ କୋଟି ଦେଇ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । (ବେସ ପ୍ରାଇସ-୨ କୋଟି)

୩-ଶାର୍ଦ୍ଦୁଳ ଠାକୁର(ଭାରତ) ୪ କୋଟି ଦେଇ କିଣିଛି ଚେନ୍ନାଇ ସୁପରକିଙ୍ଗସ(ବେସ ପ୍ରାଇସ-୫୦ ଲକ୍ଷ)

୪-ହର୍ଷଦ ପଟେଲ(ଭାରତ)୧୧ କୋଟି ୭୫ ଲକ୍ଷ ଦେଇ ପଞ୍ଜାବ କିଙ୍ଗସ କିଣିଛି । (ବେସ ପ୍ରାଇସ୨ କୋଟି)

୫-ଉମେଶ ଯାଦବ(ଭାରତ)-୫.୮୦ କୋଟି ଦେଇ କିଣିଛି ଗୁଜରାଟ ଟାଇଟଲ୍ସ । (ବେସ ପ୍ରାଇସ-୨କୋଟି)

୬-ଟ୍ରେବିଶ ହେଡ(ଅଷ୍ଟ୍ରେଲିଆ)-୬.୮୦ କୋଟି ଦେଇ କିଣିଲା ସନରାଇଜର୍ସ ହାଇଦ୍ରାବାଦ (ବେସ ପ୍ରାଇସ ଥିଲା ୧.୫ କୋଟି)

୭-ଅଜମତୁଲ୍ଳାହ ଉମରଜଈ(ଆଫଗାନିସ୍ଥାନ)-୫୦ ଲକ୍ଷ ଦେଇ କିଣିଲା ଗୁଜରାଟ ଟାଇଟଲ୍ସ(ବେସ ପ୍ରାଇସ-୫୦ ଲକ୍ଷ)

୮-ରଚିନ ରବୀନ୍ଦ୍ର(ନ୍ୟୁଜଲାଣ୍ଡ)-୧.୮୦ କୋଟି ଦେଇ କିଣିଲା ଚେନ୍ନଇ ସୁପର କିଙ୍ଗସ(ବେସ ପ୍ରାଇସ-୫୦ ଲକ୍ଷ)

୯-ଡେରିଲ ମିଚେଲ(ନ୍ୟୁଜଲାଣ୍ଡ)-୧୪ କୋଟି ଦେଇ କିଣି ଚେନ୍ନଇ ସୁପର କିଙ୍ଗସ(ବେସ ପ୍ରାଇସ ଥିଲା ୧ କୋଟି)

୧୦-ଶିବମ ମାବି(ଭାରତ)୬.୪୦ କୋଟି ଦେଇ କିଣିଲା ଲକ୍ଷ୍ନୌ ସୁପର ଜେଣ୍ଟ୍ସ(ବେସ ପ୍ରାଇସ-୫୦ ଲକ୍ଷ)

Comments are closed.