Latest Odisha News

BREAKING NEWS

ରାସ୍ତା ନିର୍ମାଣ ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ରାସ୍ତା ନିର୍ମାଣ ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଗଙ୍ଗୁଆ ବ୍ରିଜ୍ ଠାରୁ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି କରି ସାମନ୍ତରାପୁର ଛକରେ କଂଗ୍ରେସ ଆଜି ବିକ୍ଷୋଭ ସହ ନାରାବାଜି ପ୍ରଦର୍ଶନ କରିଥିଲା । ଫଳରେ କିଛି ସମୟ ଧରି କଳ୍ପନା ରୁ ପୁରୀ ବାଇପାସ୍ ରାସ୍ତାରେ ଯାତାୟତରେ ବାଧାପ୍ରପ୍ତ ହୋଇଥିଲା ।

 

ରାସ୍ତାର ଦୁଇ ପାର୍ଶରେ ଶହଶହ ଗାଡି ଅଟକି ରହିଥିଲା । କେବଳ ଆମ୍ବୁଲାନ୍ସ ଓ ସ୍କୁଲ୍ ବସ୍ ଏବଂ ସ୍କୁଲ ପିଲାଙ୍କୁ ସୁରକ୍ଷିତ ଭାବେ ଛଡାଯାଇଥିଲା । ଏହି ବିକ୍ଷୋଭରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ, କଂଗ୍ରେସ ଉପସଭାପତି ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ନ ଆସିଲେ ଏ ରାସ୍ତାରୋକ ହଟିବ ନାହିଁ ବୋଲି ସୁର ରାଉତରାୟ ଅଡି ବସିଥିଲେ ।

Leave A Reply

Your email address will not be published.