Latest Odisha News

ତେଲେଙ୍ଗାନାରୁ ନିର୍ବାଚନ ଲଢିପାରନ୍ତି ସୋନିଆ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ । ତେଲେଙ୍ଗାନା ବିଧାନସଭା ନିର୍ବାଚନର ବିଜୟରେ ଉତ୍ସାହିତ ହୋଇ ସ୍ଥାନୀୟ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିବେଦନ କରିଛନ୍ତି । ତେଲଙ୍ଗାନା କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (ପିଏସି) ମଧ୍ୟ ଏହାର ବୈଠକରେ ଏହି ସମ୍ପର୍କରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରିଛି ।

ନିକଟରେ ଅନୁଷ୍ଠିତ ପିଏସି ବୈଠକରେ ମୁଖ୍ୟମନ୍ତ୍ରୀ ଏ. ରେବନ୍ଥ ରେଡ୍ଡୀ ଏବଂ କଂଗ୍ରେସର ତେଲେଙ୍ଗାନା ବ୍ୟାପାର ଦାୟିତ୍ୱରେ ଥିବା ମାଣିକ ରାଓ ଠାକରେ ମଧ୍ୟ ଉପସ୍ଥିତ ଥିଲେ । ତିନୋଟି ପ୍ରସ୍ତାବ ପାରିତ ହେବା ବ୍ୟତୀତ ଲୋକ ସଭା ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ପିଏସି ବୈଠକ ପରେ ତେଲେଙ୍ଗାନାରେ ଦଳର ପିଏସି ସଂଯୋଜକ ସହବୀର ଅଲି କହିଛନ୍ତି, ଆମେ ସୋନିଆ ଗାନ୍ଧୀଙ୍କୁ ଆଗାମୀ ଲୋକ ସଭା ନିର୍ବାଚନରେ ତେଲେଙ୍ଗାନାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁରୋଧ କରୁଛୁ । ଆମେ ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟ ଏଆଇସିସି ନେତୃତ୍ୱଙ୍କୁ ଏକ ପ୍ରସ୍ତାବ ପଠାଇଛୁ ।

Comments are closed.