Latest Odisha News

ନିର୍ବାଚନ ଲଢ଼ିବେ କଙ୍ଗନା; ସ୍ପଷ୍ଟ କଲେ ବାପା

ନୂଆଦିଲ୍ଲୀ: ନିର୍ବାଚନ ଲଢିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏବେ ତାଙ୍କ ବାପା ଅମରଦୀପ ଏହି ଚର୍ଚ୍ଚା ଉପରେ ପୁନଃଚ୍ଛେଦ ପକାଇ ଦେଇଛନ୍ତି । କଙ୍ଗନାଙ୍କ ବାପା ଝିଅ ଲୋକସଭା ନିର୍ବାଚନ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି । ତେବେ ଝିଅ କଙ୍ଗନା କେଉଁ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ତାହା ବିଜେପି ସ୍ଥିର କରିବ ।

ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପିତା ଅମରଦୀପ ସ୍ପଷ୍ଟ କରିଛନ୍ତି ଯେ କଙ୍ଗନା କେବଳ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ, କିନ୍ତୁ ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ସେନେଇ ଦଳ ନିଷ୍ପତ୍ତି ନେବ । କଙ୍ଗନା ଦୁଇ ଦିନ ପୂର୍ବେ କୁଲୁସ୍ଥିତ ତାଙ୍କ ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କୁ ମଧ୍ୟ ଭେଟିଥିଲେ । ବୈଠକ ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଗତ ସପ୍ତାହରେ ହିମାଞ୍ଚଳର ବିଳାସପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ଏକ ସାମାଜିକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବି କଙ୍ଗନା ଅଂଶଗ୍ରହଣ କରିଥିଲେ । ମାଙ୍ଗି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ କଙ୍ଗନା ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଲୋଚନା ହେଉଛି । କିଛି ମାସ ପୂର୍ବେ ଗୁଜୁରାଟର ଦ୍ୱାରକାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କଙ୍ଗନା ରାନାୱତ ସ୍ପଷ୍ଟ କରିଥିଲେ ଯେ ଯଦି ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତି ତେବେ ସେ ନିଶ୍ଚିତ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

Comments are closed.