Latest Odisha News

ଥଣ୍ଡା, ଜ୍ୱର ହେଲେ କରାନ୍ତୁ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲାଣିି କରୋନା । ଥଣ୍ଡା, ଜ୍ୱର ଓ କାଶ ହେଲେ ତୁରନ୍ତ କରୋନା ଟେଷ୍ଟ କରାନ୍ତୁ । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳରେ ଚିହ୍ନଟ ହେବା ପରେ ପୁଣି ଭୟ ବଢ଼ିଛି । ଏହାକୁ ନେଇ ଲୋକେ ଭୟଭୀତ ମଧ୍ୟ ହୋଇପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ।

ଏଯାବତ କର୍ନାଟକ ଓ କେରଳରେ କରୋନାରେ ୨ ଜଣଙ୍କ ମୃତ୍ୟୁ ଘଟିଲାଣି । ତେଣୁ ଏହାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନ୍ୟାଚୁରାଲ । ନୂଆ ଭାରିଏଣ୍ଟ ଚିହ୍ନଟ ହେଲେ ଜିନମ ସିକ୍ୟୁଏନ୍ସ ପାଇଁ ପଠାଯିବ । କେନ୍ଦ୍ର ଗାଇଡଲାଇନ ଅନୁସାରେ ଆମେ ପ୍ରସ୍ତୁତ ଅଛୁ । ଆବଶ୍ୟକ ହେଲେ ରାଜ୍ୟ ଗାଇଡଲାଇନ ଜାରି କରିପାରୁ । ଥଣ୍ଡା, ଜ୍ୱର କାଶ ହେଲେ ଆପେଆପେ ଯାଇ ଟେଷ୍ଟ କରି ନିଅନ୍ତୁ । ଜନ ଗହଳି ସ୍ଥାନରୁ ନିଜକୁ ଦୂରାଇ ରଖନ୍ତୁ । ମାସ୍କ ପିନ୍ଧିବା ଅଭ୍ୟାସ କରନ୍ତୁ ।

Comments are closed.