Latest Odisha News

ଆକ୍ଟିଙ୍ଗ୍–ମଡେଲିଂ ଲାଇନକୁ ଆସିବା ପୂର୍ବରୁ ସାମ୍ବାଦିକା ଥିଲେ ଜାକଲିନ୍

ମୁମ୍ବାଇ: ବଲିଉଡରେ ଅନେକ ଆଗଧାଡିର ଅଭିନେତ୍ରୀ ରହିଛନ୍ତି  । କିନ୍ତୁ ତାଙ୍କର ହଟ୍ ନେସ୍ , ଆଉ ତାଙ୍କର ନିଆରା ଅନ୍ଦାଜ୍ ତାଙ୍କୁ ସବୁବେଳେ ଦର୍ଶକଙ୍କ ମନରେ ଭିନ୍ନ କରି ରଖିଥାଏ । ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍  । ପ୍ରତିଦିନ ସେ କିଛିନା କିଛି ହଟ୍ ଓ୍ବାଲା ଫଟୋ ସୋସିଆଳ ମିଡିଆରେ ସେୟାର କରିଥାନ୍ତି  । ଯାହା ଲକ୍ଷ ଲକ୍ଷ ଦର୍ଶକଙ୍କୁ ମତୁଆଲା କରିଥାଏ  । ହଁ ଆଜ୍ଞା ଆମେ କହୁଛୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଙ୍କ କଥା  । ଜାକଲିନଙ୍କ ଘର ଶ୍ରୀଲଙ୍କାରେ ହେଲେ ସେ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ସେ ସୁନାମ ଅର୍ଜନ କରିଛନ୍ତି।

କେବଳ ବଲିଉଡରେ ସିନେମା ନୁହେଁ , ଅନେକ ଓ୍ବେବ୍ ସିରିଜରେ ମଧ୍ୟ ସେ କାମ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୦ ହଜାରରୁ ଉର୍ଦ୍ଧ୍ବ ଚଳଚିତ୍ରରେ କାମ କରିସାରିଲେଣି । ବହାରେନରେ ଜନ୍ମ ହୋଇଥିଲେ ଜାକଲିନ୍ । ଅଭିନୟ ଏବଂ ମଡେଲିଂ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ ।  ସେ ମାସ କମ୍ୟୁନିକେଶନ ମଧ୍ୟ ଅଧ୍ୟୟନ କରିଛନ୍ତି। ସେ ଅଷ୍ଟ୍ରେଲିଆରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ ।  ଏବଂ ମାତ୍ର ୧୪ ବର୍ଷ ବୟସରେ ବହାରେନରେ ଟିଭି ସୋ ଉପସ୍ଥାପନା କରିବା ଆରମ୍ଭ କରିଥିଲେ। ଅଭିନୟରେ କ୍ୟାରିୟର କରିବା ପୂର୍ବରୁ ସେ ଟେଲିଭିଜନ ହୋଷ୍ଟ ଏବଂ ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Comments are closed.