Latest Odisha News

ଦିଲ୍ଲୀରେ ଲଜ୍ଜା: ୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ କେନାଲରେ ଫିଙ୍ଗିଦେଲେ 

ନୂଆଦିଲ୍ଲୀ: ପୁଣି ଦିଲ୍ଲୀକୁ ଲଜ୍ଜା । ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ ବର୍ଷ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ । କେବଳ ଏତିକିରେ ଥମିଲାନି ପିଶାଚ । ନିରୀହା ନାବାଳିକାକୁ ହତ୍ୟା କରି କେନାଲରେ ଫୋପାଡି ଦେଇଛି ଅଭିଯୁକ୍ତ ଘରମାଲିକ । ଅପରାଧୀଜଣକ ୫୨ ବର୍ଷ ବୟସ୍କ ହୋଇଥିବା ସୂଚନା ମିଳିଛି । ନାବାଳିକାର ମୃତଦେହକୁ ୬ଜଣ ବୁଡାଳି ଖୋଜି ବାହାର କରିଛନ୍ତି ।

ଗତ ଡିସେମ୍ବର ୧୨ ତାରିଖରେ ଦୁର୍ବୃତ୍ତଜଣକ ଏହି ନାବାଳିକାକୁ କାରରେ ବୁଲାଇ ନେବାକୁ କହି ନେଇଯାଇଥିଲା ଏବଂ ଏକ ନିଛାଟିଆ ଜାଗାରେ ଦୁଷ୍କର୍ମ କରି ହତ୍ୟା କରିଥିଲା । ମୃତଦେହକୁ ମୁନାକ କେନାଲରେ ଫୋପାଡି ଦେଇଥିଲା । ଅଭିଯୁକ୍ତଜଣକ ନାଙ୍ଗଲି ପୁନା ଅଞ୍ଚଳରେ ରହୁଥିବା ସୂଚନା ମିଳିଛି । ଅଭିଯୋଗ ମିଳିବା ପରେ ପୋଲିସ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଧରିଥିଲା । ବୟାନବେଳେ ଅଭିଯୁକ୍ତ କହିଛି ନାବାଳିକାକୁ ଦୁଷ୍କର୍ମ କରିବା ପରେ ସେ କଥା ଲିକ୍ ହେବା ଭୟରେ ତାକୁ ହତ୍ୟା କରିଥିଲା । ନାବାଳିକାର ବାପାମା ଶ୍ରମିକ ଥିବା ସୂଚନା ମିଳିଛି । ଦିଲ୍ଲୀ ମହିଳା କମିଶନ ପକ୍ଷରୁ ନିଜ ଆଡୁ ମାମଲାକୁ ଗ୍ରହଣ କରାଯାଇ ସ୍ବରୂପ ନଗର ପୋଲିସ ଷ୍ଟେସନକୁ ନୋଟିସ ଜାରି କରିଛି।

Comments are closed.