Latest Odisha News

ପ୍ରସ୍ତାବିତ ଶ୍ରୀଦାଣ୍ଡରେ କେବଳ ଭିଆଇପି ଓ ଭିଭିଆଇପିଙ୍କ ପ୍ରବେଶ ବିରୁଦ୍ଧରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ପୁରୀରେ ଜଗନ୍ନାଥ ବଲ୍ଲଭ ଠାରୁ ଦୋଳବେଦୀ ପର୍ଯ୍ୟନ୍ତ ପ୍ରସ୍ଥାବିତ ଶ୍ରୀଦାଣ୍ଡରେ ଭିଆଇପି ଓ ଭିଭିଆଇପିଙ୍କ ପ୍ରବେଶ ଓ ଦର୍ଶନ କରିବା ଷଡଯନ୍ତ୍ର ବିରୁଦ୍ଧରେ ଏସପି ଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜଗନ୍ନାଥ ସେନା । ଶ୍ରୀଦାଣ୍ଡରେ ସାଧାରଣ ଭକ୍ତଙ୍କ ଯାତାୟତ ସହ ପୁରୀବାସୀ, ଭିଆଇପି ଓ ଭିଭିଆଇପି ମାନଙ୍କୁ ସମାନ ସୁବିଧା ଯୋଗାଇବାକୁ ସେନାର ଆବାହକ କହିଛନ୍ତି । ଏନେଇ ଜଗନ୍ନାଥ ସେନା ପକ୍ଷରୁ ପୋଲିସ ଡିଜି ଓ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପୁରୀ ଏସପିଙ୍କୁ ପ୍ରଦାନ କରାଯାଇଛି ।

ସେପଟେ ଶ୍ରୀଦାଣ୍ଡ କେବଳ ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ ବରଂ ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ବୋଲି ପୁରୀ ଏସପି କହିଛନ୍ତି । ଗଣମାଧ୍ୟମରେ ପୁରୀ ଏସପିଙ୍କ ଏହି ପ୍ରତିଶୃତି ପରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ଅନ୍ୟପଟେ ଯେଉଁଭଳି ଭାବରେ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପାଇଁ ଜଗନ୍ନାଥ ସେନା ଜିଲ୍ଲା ଜିଲ୍ଲା ବୁଲି ଲୋକଙ୍କୁ ସଚେତନ କରୁଛି ଠିକ୍ ସେହିଭଳି ଆଗାମୀ ଦିନରେ ଏ ଦୁଇଟି ସମ୍ବେଦନଶୀଳ ପ୍ରସଙ୍ଗରେ ସେନାର ଲଢେଇ ଜାରି ରହିବ ବୋଲି କହିଛନ୍ତି ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

Comments are closed.