Latest Odisha News

ତାମିଲନାଡୁରେ ବର୍ଷା ବିତ୍ପାତ: ବାୟୁସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଚେନ୍ନାଇ: ତାମିଲନାଡୁର ଲଗାଣ ବର୍ଷାରେ ଗଲାଣି ୧୦ରୁ ଊର୍ଦ୍ଧ୍ୱ ଜୀବନ । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଜୀବନଯାତ୍ରା ଠପ ହୋଇଯାଇଛି । ଏବେବି ଜଳବନ୍ଦୀ ଘେରରେ ଅଛନ୍ତି ୨୦ ହଜାରରୁ ଅଧିକ ଲୋକ । ବାୟୁ ସେନା ପକ୍ଷରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ଶ୍ରୀବୈକୁଣ୍ଠମ ଏବଂ ଏହାର ଆଖପାଖ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।କନ୍ୟାକୁମାରୀ, ତିରୁନେଲବେଲି, ଥୁଟିକୁଡ଼ି ଓ ଟେନକାସୀ ଜିଲ୍ଲାରେ ମଧ୍ୟ ପ୍ରଭାବ ପଡିଛି। ୪ ଜିଲ୍ଲାର ବର୍ଷା ସ୍ଥିତିକୁ ନେଇ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ଜଳବନ୍ଦୀ ଘେରେର ଥିବା ଲୋକଙ୍କୁ ଟ୍ରକ ମାଧ୍ୟମରେ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଛି ।ଉଦ୍ଧାରକାର୍ଯ୍ୟରେ ୩ ସେନାର ଯବାନଙ୍କ ସହ ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ପୋଲିସର ଯବାନ ମୁତୟନ ହୋଇଛନ୍ତି । ରିଲିଫ୍ ବୋଟ୍ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯାଉଛି ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତିରୁନେଭେଲି, ତୁଥୁକୁଡି, କନ୍ୟାକୁମାରୀ , ତେନକାଶୀ ପ୍ରଭାବିତ ଜିଲ୍ଲାର ତ୍ୱରିତ ରକ୍ଷଣାବେକ୍ଷଣ ପାଇଁ ଜାତୀୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ୨ହଜାର କୋଟି ଟଙ୍କା ସହାୟତା ଦାବି କରିଛନ୍ତି । ଆଗକୁ ତାମିଲନାଡୁରେ ବର୍ଷା ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

 

 

Comments are closed.