Latest Odisha News

କନ୍ୟା ବେଶରେ ସଜ୍ଜେଇ ହୋଇ ବାଇକ୍‌ରେ ଷ୍ଟଣ୍ଟ୍ ଦେଖାଇଲେ ଯୁବତୀ

ଆଜିକାଲି ସୋସିଆଲ ମିଡିଆରେ ଏପରି ଗୋଟେ ଗୋଟେ ଭିଡ଼ିଓ ନଜରକୁ ଆସିଥାଏ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଜିକାଲି ଏକ ସମାନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ନବ ବିବାହିତା କନ୍ୟା ବାଇକରେ ଷ୍ଟଣ୍ଟ୍ କରୁଥିବା ନଜର ଆସିଛନ୍ତି । କନ୍ୟାବେଶରେ ଏପରି ଦୃଶ୍ୟ ଦେଖି ଲୋକମାନେ ଚକିତ ହୋଇଯାଆନ୍ତି ଏବଂ ଝିଅଟିକୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବିବାହ ପୋଷାକ ପିନ୍ଧିବା ସହ ଜଣେ ଝିଅ ସୁନ୍ଦର ଭାବେ ସଜ୍ଜେଇ ହୋଇଛି । ଆଉ ଏହି ବେଶରେ ଆସି ବାଇକରେ ଷ୍ଟଣ୍ଟ୍ ଦେଖାଉଛନ୍ତି । ସେ ବାଇକ ଚଲାଉଛନ୍ତି । ଏହା ଦେଖି ଆଖପାଖର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଯୁବତୀଙ୍କ ଏପରି ଉଦ୍ୟମକୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି । କେହି କେହି ଏହାକୁ ମଜାଳିଆ ଢଙ୍ଗରେ ବି ନେଇଛନ୍ତି ।

Comments are closed.