ମୁମ୍ବାଇ : ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ । କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିବା ଖବର ଶୁଣିବାକୁ ମିଳିଥିଲା । ଯାହା ଫ୍ୟାନ୍ସ ମାନଙ୍କୁ ବେଶ୍ ନିରାଶ କରିଥିଲା । ଗତ ଗୁରୁବାର ଦିନ ଶ୍ରେୟସ୍ ୱେଲକମ ଟୁ ଜଙ୍ଗଲ ସୁଟିଂ କରୁଥିଲେ । ସେତେବେଳେ ସେ ସୁସ୍ଥ ଅନୁଭବ କରୁଥିଲେ । ମାତ୍ର ସୁଟିଂ ସରିବା ପରେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ମୁମ୍ବାଇ ସ୍ଥିତ ବେଲଭିଉ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ପ୍ରଶଂସକଙ୍କ ପାଇଁ ଏକ ଗୁଡ ନ୍ୟୁଜ୍ ରହିଛି ।
ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଶ୍ରେୟସ । ଦୀର୍ଘ ୬ ଦିନ ପରେ ଘରକୁ ଫେରିଥିବାରୁ ବେଶ୍ ଖୁସିବ୍ୟକ୍ତ କରିଛନ୍ତି ଶ୍ରେୟସଙ୍କ ପତ୍ନୀ ଦୀପ୍ତି ତଲପଡେ । ଆଉ କହିଛନ୍ତି ମୋ ଜୀବନ , ମୋ ଶ୍ରେୟସ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେଉଁଦିନ ଏହି ଅଘଟଣ ଘଟିଲା । ମୁଁ ସେଦିନ ଶ୍ରେୟସ୍ ଙ୍କ ସହ ଉପସ୍ଥିତ ଥିଲି । ସେହି ସନ୍ଧ୍ୟାରେ ମୋତେ ସାହାର୍ଯ୍ୟ କରିଥିବା ସମସ୍ତଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଦେଉଛି । ସେ ହସ୍ପିଟାଲର କର୍ମକର୍ତ୍ତା ଏବଂ ଡାକ୍ତରୀ ଟିମ୍ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।
Comments are closed.