Latest Odisha News

ମିଳୁନି ପୋଷ୍ଟ, ଲୋକେ ହନ୍ତସନ୍ତ, ଡାଉନ ହେଲା ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ‘X’ ସର୍ଭର୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ର ସର୍ଭର ଡାଉନ ହୋଇଛି । ଏହି ଅସୁବିଧା କେବଳ ଯେ ଭାରତ ତାହା ନୁହେଁ ବର୍ତ୍ତମାନ ସାରା ବିଶ୍ୱରେ ଦେଖାଦେଇଛି | ସକାଳ ପ୍ରାୟ ୧୧ଟାରୁ ଏହି ସମସ୍ୟା ଦେଖାଦେଇଛି । ଯଦ୍ଵାରା ଉପଭୋକ୍ତାମାନେ ଏକ୍ସରେ କିଛି ପୋଷ୍ଟ ଦେଖିପାରୁନାହାନ୍ତି କି ପୋଷ୍ଟ ମଧ୍ୟ କରିପାରୁନାହାନ୍ତି ।

ତେବେ କିଛି ସମୟ ବ୍ୟବଧାନରେ ଉପଭୋକ୍ତାମାନେ ସେମାନଙ୍କର ପୋଷ୍ଟ କରିପାରୁଛନ୍ତି କିନ୍ତୁ ଟାଇମଲାଇନ ଏଯାବତ୍ ଦେଖି ପାରୁନାହାନ୍ତି ଉପଭୋକ୍ତା । ବର୍ତ୍ତମାନ ସୁଦ୍ଧା ଏ ବିଷୟରେ ଏକ୍ସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ଏହି ସମସ୍ୟା ଉଭୟ ଆପ୍ ଏବଂ ୱେବସାଇଟ୍ ରେ ଦେଖାଦେଇଛି | ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାରେ ୪୭ ହଜାର ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

X ହେଉଛି ଏକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ । ଏହି ପ୍ଲାଟଫର୍ମ ଗତ ବର୍ଷ ଠାରୁ ଚର୍ଚ୍ଚାରେ ରହିଛି । ଗତ ବର୍ଷ ଏହାକୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏଲନ୍ ମସ୍କ କିଣିଥିଲେ | ସେତେବେଳେ ଏହାର ନାମ ଟ୍ୱିଟର ଥିଲା । କିନ୍ତୁ ଏଲନ ମସ୍କ ଗତ ବର୍ଷ ଏହାର ନାମ ଟ୍ଵିଟର୍ ରୁ Xକୁ ପରିବର୍ତ୍ତନ କରିଛନ୍ତି | ଏହା ଏକ ଲୋକପ୍ରିୟ ପ୍ଲାଟଫର୍ମ, ଯେଉଁଥିରେ ଅନେକ ବଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.