Latest Odisha News

BREAKING NEWS

କବିତା : ପ୍ରୀତିର ପସରା

ସଫଳା ଦାସ 

ପ୍ରତି ଦିନ ମୁଁ ପ୍ରତି ମୂହୁର୍ତ୍ତରେ
ପ୍ରଣୟୀ ପତ୍ରରେ ପରଶି ଦିଏ
ପ୍ରତିଦାନେ ଖୋଜେ ପ୍ରତାନ ତନୁଟି
ପ୍ରୀତିର ଗାଲିଚା ବିଛେଇଦିଏ ।।

ପ୍ରିୟତମ ମୁଖ ଆସେ ଅବିରତ
ପ୍ରୀତି ଚୁମ୍ବନରେ ମୂରୁକି ହସ
ପ୍ରତ୍ୟୁତ୍ତର ମିଳେ ପ୍ରତିଧ୍ବନି କହେ
ପ୍ରଣୟ ପିପାସୁ କରିଛି ବଶ ।।

ପ୍ରାଣପ୍ରିୟ ପାଇଁ ଝୁରେ ଏହି ମନ
ପ୍ରେମ ବିରହର ଗାଉଛି ଗୀତ
ପ୍ରେମ ଲଙ୍ଘିଯାଏ ମରୀଚିକା ଡେଇଁ
ପ୍ରେମରେ ନତୁଟେ ଆତ୍ମବିଶ୍ବାସ ।।

Comments are closed.