Latest Odisha News

BREAKING NEWS

ଘରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ୧୩ଟି ଆକ୍ଟିଭ କେସ ରହିଛି । ପରିସ୍ଥିତି ଗମ୍ଭୀର ନଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଏଥିସହ ବାହରକୁ ନ ଯାଇ ଘରେ ଜିରୋ ନାଇଟ ସେଲିବ୍ରେସନ କରିବାକୁ ପରାମର୍ଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, “ଜିରୋ ନାଇଟ ଆମ ପରମ୍ପରା ନୁହେଁ । ତେଣୁ ଘରେ ରହି ଜିରୋ ନାଇଟ ପାଳନ କରନ୍ତୁ । ଯେଉଁମାନଙ୍କ ଥଣ୍ଡା, ଜ୍ୱର, କାଶ ରହୁଛି ସେମାନେ ବାହାରକୁ ଯାଆନ୍ତୁ ନାହିଁ । ମାସ୍କ ପରିଧାନ କରନ୍ତୁ, ଯାହାଦ୍ବାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା କମ୍ ରହିବ । ମାସ୍କ ପିନ୍ଧିବା ଭଲ ଅଭ୍ୟାସ। ଦେହରେ ଅନ୍ୟ ରୋଗ ରହିଥିଲେ କିମ୍ବା କୋଭିଡର ଲକ୍ଷଣ ଥିବା ଲୋକ ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ ।”

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କ୍ୟାପିଟାଲ ହସ୍ପିଟାଲ ଏବଂ ଆର୍‌ଜିଏଚ୍‌ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଚିଠି ଦିଆଯାଇଛି । କିଭଳି ପ୍ରସ୍ତୁତ ରହିବେ, ସେଥିପାଇଁ SOP ମଧ୍ୟ ଜାରି କରାଯାଇଛି । ନୂଆ CDMO ଓ ନୂଆ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ସେମାନେ କିପରି ପ୍ରସ୍ତୁତ ରହିବେ, ସଠିକ ଭାବେ କାର୍ଯ୍ୟ କିଭଳି ତୁଲାଇବେ ସେନେଇ ମଧ୍ୟ ଏସଓପି ଜାରି କରାଯାଇଛି । ଅକ୍ସିଜେନ ବେଡ୍‌ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

 

Comments are closed.