Latest Odisha News

ଆସନ୍ତା ୧୮ରୁ ଦୁଇଦିନିଆ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର

ଭୁବନେଶ୍ଵର: ଆସନ୍ତା ଜାନିଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ଵର ନୟାପଲ୍ଲୀ ବିସ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ, ନୂଆଦିଲ୍ଲୀ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା  ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନି ସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖା ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନଭୋଗୀ ଓ ସେମାନଙ୍କର ପରିବାରବର୍ଗ ଏହି ଶିବିରରେ ଯୋଗଦେବେ । ୧୮ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ ।

ପେନସନ ସମ୍ବନ୍ଧୀୟ ସମସ୍ୟା ରହିଥିବା ଅବସରପ୍ରାପ୍ତ ପତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ ଆବଶ୍ୟକୀୟ ଜରୁରୀ କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ୮.୩୦ମିନିଟ ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି ।

Comments are closed.