Latest Odisha News

BREAKING NEWS

ପିତାପଲ୍ଲୀ ଅଣ୍ଡର-ପାସରେ ଦୁଇ ବ୍ରାଉନସୁଗାର ମାଫିଆ ଗିରଫ

ଭୁବନେଶ୍ଵର ; ଇନଫୋଭ୍ୟାଲି ଥାନା ପୁଲିସ ଦୁଇ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଧା ଜିଲ୍ଲାର ଶ୍ରୀନିବାସ ବେହେରା ଓରଫ ପିନୁ(୨୦) ଏବଂ ସୁଧାଂଶୁ ଶେଖର ସାହୁ ଓରଫ ଅନିଲ(୨୩)। ପୁଲିସ ସେମାନଙ୍କ ନିକଟରୁ ୧୭.୬୧ ଗ୍ରାମର ବ୍ରାଉନସୁଗାର, ୨ଟି ମୋବାଇଲ୍ ଫୋନ୍, ଗୋଟିଏ ବୁଲେଟ ଜବତ ହୋଇଛି।

ସୂଚନା ଅନୁଯାୟୀ, ବ୍ରାଉନସୁଗାର କାରବାର ସମ୍ପର୍କରେ ଇନଫୋଭ୍ୟାଲି ଥାନା ଆଇଆଇସି ସୂଚନା ପାଇବା ପରେ ଏକ ସ୍ବତନ୍ତ୍ର ଟିମ୍ ପିତାପଲ୍ଲୀ ଅଣ୍ଡର-ପାସ ଠାରେ ଅତର୍କିତ ଚଢ଼ଉ କରିଥିଲା। ସେଠାରେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଉଭୟ ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ସେମାନଙ୍କ ନିକଟରୁ ମୋଟ ୧୭.୬୧ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିଲା। ଏମାନଙ୍କୁ ପଚରାଉଚରା ବେଳେ ଅଭିଯୁକ୍ତମାନେ ଉକ୍ତ ବ୍ରାଉନସୁଗାରକୁ ସ୍ଥାନୀୟ ଅଞ୍ଚଳରେ ପୁଡ଼ିଆ କରି ବିକ୍ରି କରୁଥିବା ଜଣାପଡ଼ିଥିଲା। ଏହି ଘଟଣାକୁ କେନ୍ଦ୍ରକରି ଇନଫୋଭ୍ୟାଲି ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.