Latest Odisha News

BREAKING NEWS

NH-55 ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ଓ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ମଞ୍ଜୁରୀ

ଭୁବନେଶ୍ବର: ଏନଏଚ୍-୫୫ର ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ଏବଂ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ନଭେମ୍ବର ୬ ତାରିଖରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ବାଇପାସ ରୋଡର ନିର୍ମାଣ କାମ ଜାରି ରହିଛି । ଲୋକଙ୍କ ଯାତାୟତ ସୁବିଧା ଓ କଲ୍ୟାଣ ପାଇଁ ଏହି ରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣର ଆବଶ୍ୟକତା ଥିବା କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ ।

ତେବେ ଏହି ଦୁଇ ରାସ୍ତା କାମର ଏକକାଳୀନ ଉନ୍ନତିକରଣ ଓ ବିଦ୍ୟୁତକରଣ କାମ ପାଇଁ ଅନୁମୋଦନ ମିଳିବା ଦ୍ବାରା ସମ୍ବଲପୁର ସମେତ ପାଖାପାଖୂ ଜିଲ୍ଲାରେ ସଡ଼କ ଭିତ୍ତିଭୂମି ମଜଭୂତ୍ ହେବା ସହ ଗମନାଗମନ ସୁବିଧା ତ୍ଵରାନ୍ବିତ ହେବ ଏବଂ ବ୍ୟବସାୟ ବଢିବା ସହ ସ୍ଥାନୀୟ ଅର୍ଥନୀତି ମଜଭୁତ ହେବ । ସମ୍ବଲପୁର ସମେତ ପାଖାପାଖି ଅଞ୍ଚଳର ଜନସାଧାରଣମାନେ ଉପକୃତ ହେବେ । ରାଜପଥର ବିକାଶକୁ ଗତି ଦେବା ପାଇଁ ମୋଦି ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ । ଅନୁରୋଧକୁ ରକ୍ଷା କରି ଏହି କାମକୁ ଅନୁମୋଦନ ଦେଇଥ‌ିବାରୁ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

 

 

 

Comments are closed.