Latest Odisha News

BREAKING NEWS

ଲାଞ୍ଚ ନେଇ ବନ୍ଧା ହେଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ ନାୟକ

ଜୟପୁର: ଲାଞ୍ଚ ନେଇ ଧରା ହେଲେ ଲାଞ୍ଚୁଆ ପୋଲିସ୍ ବାବୁ। ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ ।୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ ।

ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ଜଣେ ବ୍ୟବସାୟଙ୍କ ମାଧ୍ୟମରେ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗାଡ଼ି ମାଲିକ ବ୍ୟବସାୟୀଙ୍କୁ ୫ ହଜାର ଟଙ୍କା ଦେଇଥିଲେ । ବ୍ୟବସାୟୀଙ୍କଠାରୁ ଟଙ୍କା ନେଉଥିବାବେଳେ ଜୟପୁର ପୁରୁଣା ଏସଡିପିଓଙ୍କ ଆବାସ ଗୃହ ନିକଟରେ ଧରିଥିଲା ଭିଜିଲାନ୍ସ ଟିମ୍ । ପରେ ଏଏସଆଇ ଅନିଲ ନାୟକଙ୍କୁ ଜୟପୁର ଭିଜିଲାନ୍ସ ଗରିଫ କରିଛି ।ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍‌ଆଇ ଅନୀଲ କୁମାର ନାୟକଙ୍କ ସରକାରୀ ଘର ଓ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି ।

 

 

 

 

Leave A Reply

Your email address will not be published.