Latest Odisha News

ଝିଅଙ୍କ ବିବାହ ବୟସ ହେବ ୨୧ ବର୍ଷ, ହିମାଚଳ ପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାସ

ସିମଲା: ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହିମାଚଳ ପ୍ରଦେଶରେ ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ ଅଣା ଯାଇଛି। ଏବେ ଝିଅମାନେ ୧୮ ବର୍ଷ ପରିବର୍ତ୍ତେ ୨୧ବର୍ଷ ବୟସରେ ବିବାହ କରିବେ। ହିମାଚଳ କ୍ୟାବିନେଟ ବୈଠକରେ ଝିଅର ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ପାସ କରିଛି। ବର୍ତ୍ତମାନ ଏହି ପ୍ରସ୍ତାବ କେନ୍ଦ୍ରକୁ ପଠାଯିବ।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ବିଧବା ଏକଲ ନାରୀ ଯୋଜନା ଏବଂ ହିମାଚଳ ପ୍ରଦେଶ ଡିଜିଟାଲ ନୀତିକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିରେ ହିମାଚଳର ନୂତନ ଚଳଚ୍ଚିତ୍ର ନୀତି ଅନୁମୋଦନ କରାଯାଇଛି । ଏବେ ହିମାଚଳରେ ସୁଟିଂ ପାଇଁ ଆବଶ୍ୟକ ଅନୁମତି ବର୍ତ୍ତମାନ ୩ଦିନ ମଧ୍ୟରେ ଦିଆଯିବ। ଫଳରେ ଚଳଚ୍ଚିତ୍ର ନିର୍ମାତାମାନେ ଉପକୃତ ହେବେ।

ଏହା ବ୍ୟତୀତ ଅବଧି ଭିତ୍ତିକ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୨୬୦୦ ପଦବୀକୁ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି। ୬ବର୍ଷ ବୟସରେ ବିଦ୍ୟାଳୟରେ ପିଲାମାନଙ୍କର ଆଡମିଶନ ନିୟମକୁ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

 

 

Comments are closed.