Latest Odisha News

BREAKING NEWS

ମାଲକାନଗିରିରେ ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ସଚିବ ପାଣ୍ଡିଆନ; ବୁଲି ଦେଖିଲେ ଡ଼ାକ୍ତରଖାନା

ମାଲକାନଗିରି: କିଛିଦିନ ତଳେ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ ମୋ ସରକାର’ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବୁଧବାର ଦିନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ।

ଏହି ଅବସରରେ ଶ୍ରୀ ପାଣ୍ଡିଆନଙ୍କ ସହ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ.ମୀନା ଉପସ୍ଥିତ ରହିଥିଲେ । ଡାକ୍ତରଖାନାରେ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବା ବିଷୟରେ ସିଧାସଳଖ ରୋଗୀମାନଙ୍କୁ ପଚାରି ବୁଝିଛନ୍ତି ପାଣ୍ଡିଆନ ।

ଏହାପରେ ସରକାରଙ୍କ ଏହି ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ), ସୁପରିଟେଣ୍ଡେଣ୍ଟ ଓ ଡାକ୍ତର ମାନଙ୍କ ସହ ଭିତ୍ତିଭୂମି ବିକାଶ ତଥା ଚିକିତ୍ସାଳୟରେ ଦିଆଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଏକ ବୈଠକରେ ଆଲୋଚନା କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଏସପି ଋଷିକେଶ ଖିଲାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସିଡ଼ିଏମଓ କହିଛନ୍ତି ଯେ, “ଆମେ ଏହି ଟିମକୁ ଡ଼ାକ୍ତରଖାନାରେ ଯଥେଷ୍ଟ ସଂଖ୍ୟାର ଡାକ୍ତର ଓ ବିଶେଷଜ୍ଞ ଅଭାବ ଥିବା ନେଇ ଅବଗତ କରାଇଛୁ । ଏପରିକି ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳର ଆବଶ୍ୟକତା ରହିଥିବା ସୂଚନା ପ୍ରଦାନ କରିଛୁ”। ଡାକ୍ତର ଖାନାରେ ଥିବା ସମସ୍ତ ସମସ୍ୟାର ଯଥାଶୀଘ୍ର ସମାଧାନ କରିବା ପାଇଁ ଏହି ଟିମ ଆଶ୍ୱାସନା ଦେଇଥିବା ସିଡିଏମଓ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.