Latest Odisha News

ଦେଶରେ ୟୁସିସି ଲାଗୁ ହେବା କେତେ ଜରୁରୀ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖ ବୁଧବାର ଏକ ଐତିହାସିକ ବିଲ ପାରିତ କରିଛି ଉତ୍ତରାଖଣ୍ଡ ବିଧାନସଭା। ବୁଧବାର ସମାନ ନାଗରିକତା ସଂହିତା ବିଲ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବା ସହ ପାରିତ ହୋଇଯାଇଛି। ସ୍ୱାଧିନତ୍ତୋର ଭାରତ ବର୍ଷରେ ଉତ୍ତରାଖଣ୍ଡ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସମାନ ନାଗରିକତା ସଂହିତା ଲାଗୁ ହେବା ସ୍ପଷ୍ଟ ହୋଇଯାଇଛି। କୌଣସି ଧର୍ମକୁ ଖାତିର ନକରି ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପ୍ରତିଷ୍ଠା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସରକାର ଉତ୍ତରାଖଣ୍ଡ ବିଧାନସଭାରେ ସମାନ ନାଗରିକତା ସଂହିତା ବିଲ ଆଗତ କରିଥିଲେ। ବିଧାନସଭାରେ ସମାନ ନାଗରିକତା ସଂହିତା ବିଲ ପାରିତ ହେବା ଏହି ପ୍ରସଙ୍ଗରେ ଜୋରଦାର ବିତର୍କ ହୋଇଥିଲା। ବୁଧବାର ସମାନ ନାଗରିକତା ସଂହିତା ସମ୍ପର୍କରେ ବିଧାନସଭାରେ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା। ବିରୋଧି ଦଳର ସଦସ୍ୟମାନେ ପ୍ରଥମେ ସମାନ ନାଗରିକତା ସଂହିତା ବିଲ୍ ଗୃହର ଚୟନ କମିଟି ପାଖକୁ ପଠାଇବାକୁ ଦାବି କରିଥିଲେ। ହେଲେ ପରେ ବିଧାନସଭାରେ ଧ୍ୱନିମତରେ ସମାନ ନାଗରିକତା ସଂହିତା ବିଲ ପାରିତ ହୋଇଥିଲା। ସ୍ୱାଧିନତ୍ତୋର ଭାରତ ବର୍ଷରେ ସମାନ ନାଗରିକତା ସଂହିତା ବିଲ ପାରିତ କରି ଉତ୍ତରାଖଣ୍ଡ ଇତିହାସ ସୃଷ୍ଟି କରିଛି।

କଣ ଏହି ୟୁସିସି କୋର୍ଡ
ୟୁନିଫର୍ମ ସିଭିଲ କୋର୍ଡ ବା ସମାନ ନାଗରିକ ସଂହିତା ଆଇନ। ଏହି ନିୟମ ଯଦି କେଉଁ ଦେଶରେ ଲାଗୁ ହୁଏ ତେବେ ସେଭଳି କ୍ଷେତ୍ରରେ ସମସ୍ତଙ୍କ ପାଇଁ ଆଇନ ସମାନ ଭାବେ ରହିଥାଏ। ବର୍ତ୍ତମାନ ଦେଶରେ ଯେତେ ଧର୍ମ ରହିଛି ସେତେ ଆଇନ ରହିଛି। ଏଭଳି କିଛି ଆଇନ ରହିଛି ଯାହା କେବଳ ମୁସଲିମ ସମୁଦାୟ ଉପରେ କେବଳ ଲାଗୁ ହୋଇଥାଏ। ଏଭଳି ସ୍ଥଳରେ ହିନ୍ଦୁ ଆଇନ କାର୍ଯ୍ୟକାରୀ ହୋଇନଥାଏ। କିନ୍ତୁ ଏହି ୟୁସିସି ଲାଗୁ ହେବା ଦ୍ୱାରା ଅନ୍ୟ ସବୁ ଆଇନ ଶେଷ ହୋଇଥାଏ। ଜାତି ଧର୍ମଠାରୁ ଊର୍ଦ୍ଧ୍ୱରେ ସମସ୍ତଙ୍କ ପାଇଁ ଏହି ଆଇନ ସମାନ କାନୁନ ପ୍ରଣୟନ ହୋଇଥାଏ।

ଏହାକୁ ଏମିତି ଭାବେ ମଧ୍ୟ ବୁଝିପାରିବା କି ଛାଡ଼ପତ୍ର, ଜମିଜମା ବିବାଦ ପାଇଁ ଭିନ୍ନ ଆଇନ କାନୁନ ରହିଛି। ଜାତି ଧର୍ମ ଆଧାରରେ ଏହି ନିୟମରେ ପରିବର୍ତ୍ତନ ହୋଇଥାଏ। କିନ୍ତୁ ୟୁସିସି ଲାଗୁ ହେବା ପରେ ଏହି ନିୟମ ସ୍ୱତଃ ପ୍ରବୃତ୍ତ ଭାବେ ଅକାମୀ ହୋଇଯାଇଥାଏ। ସମ୍ବିଧାନର ଧାରା ୧୪୪ରେ ୟୁସିସିକୁ ନେଇ ଉଲ୍ଲେଖ ରହିଛି। କୁହାଯାଇଛି କି ସମସ୍ତଙ୍କ ପାଇଁ ଏହି ଆଇନ ଲାଗୁ ହେବାର ଆବଶ୍ୟକତା ରହିଛି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହାର ସମ୍ବିଧାନରେ ଏହାର ଉଲ୍ଲେଖ ରହିଥିଲେ ମଧ୍ୟ ଏହା କେବଳ ଏକ ଗାଇଡ଼ଲାଇନ ଭାବେ ରହିଛି। ଏହାକୁ ଜରୁରୀ ଭାବେ ଲାଗୁ କରାଯାଇନାହିଁ।

ଏହି ନିୟମ ଲାଗୁ ହେଲେ କଣ ସବୁ ପରିବର୍ତ୍ତନ ହେବ
ଏହାର ଉତ୍ତର ବହୁତ ସରଳ। ଯଦି ଭାରତରେ ଏହି ଆଇନ ଲାଗୁ ହେବ ତେବେ ସବୁ ଧର୍ମଜାତି ପାଇଁ ସମାନ ନିୟମ ଲାଗୁ ହେବ। କାନୁନରେ ଗୋଟିଏ ଶବ୍ଦ ଏକାଧିକ ଥର ବ୍ୟବହାର ହୋଇଥିବା ଦେଖିବାକୁ ମିଳିଥାଏ- ପର୍ସନାଲ ଲ। ଏହି ପର୍ସନାଲ ଲ’କୁ ହେଉଛି ଯାହା ଧର୍ମ, ଜାତି, ବିଶ୍ୱାସର ଆଧାରରେ ପ୍ରସ୍ତୁତ କରାଯାଇଛି। ବିବାହ, ଛାଡ଼ପତ୍ର, ଆଡପସନ, ପାରିବାରିକ ସମ୍ପତ୍ତି, ଭଳି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ପର୍ସନାଲ ଲ ଅଧିନରେ ଆସିଥାଏ। ଯଦି ମୁସଲିମ ସମ୍ପ୍ରଦାୟ କଥା କୁହାଯାଏ ତେବେ ସେମାନଙ୍କ କ୍ଷେତ୍ରରେ ତିନି ତିନୋଟି ବିବାହ, ତିନ ତଲାକ ଭଳି ନିୟମ କାର୍ଯ୍ୟକାରୀ ହୋଇଥାଏ। ୟୁସିସି ଲାଗୁ ହେବା ପରେ ଏହି ସବୁ ନିୟମ ସ୍ୱତଃପ୍ରବୃତ୍ତ ଭାବେ ବଦଳିଯିବ। ସମଗ୍ର ଦେଶରେ ଗୋଟିଏ ଆଇନ ପ୍ରଚଳିତ ହେବ।

ସେହିପରି ହିନ୍ଦୁ ପର୍ସନାଲ ଲ ହିସାବରେ ବେଦ, ଉପନିଷଦ ଆଧାରରେ କାମ କରିଥାଏ। ସମାନତା, ନ୍ୟାୟ ଆଦି ଗୁରୁତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ମଧ୍ୟ ରହିଥାଏ। କିନ୍ତୁ ୟୁସିସି ଲାଗୁ ହେବା ପରେ ଏଥିରେ ବୃହତ ପରିବର୍ତ୍ତନ ହେବଷ ଅନେକ ହିନ୍ଦୁମାନଙ୍କର ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ନିୟମ ଲାଗୁ ହେଉଥିଲା ଯାହା ସ୍ୱତଃପ୍ରବୃତ୍ତ ଭାବେ ଅଟକ ଯିବ। ବର୍ତ୍ତମାନ ଦେଶରେ ମୁସଲିମ, ଇସାଇ ଓ ପାର୍ସି ସମୁଦାୟଙ୍କ ପାଇଁ ମୁସଲିମ ପର୍ସନାଲ ଲ ଆସିଥାଏ ସେଭଳି କ୍ଷେତ୍ରରେ ହିନ୍ଦୁ, ଜୈନ, ସିଖଙ୍କ ପାଇଁ ହିନ୍ଦୁ ପର୍ସନାଲ ଲ ପ୍ରଚଳିତ ହୋଇଥାଏ।

Comments are closed.