Latest Odisha News

BREAKING NEWS

ବିଧାନସଭା ବଜେଟ ଅଧିବେଶନ: ଆଜି ଗୃହରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍ । ସଂଧ୍ୟା ୫ଟା ରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହା ନବୀନ ସରକାରର ପଞ୍ଚମ ପାଳିର ଶେଷ ବଜେଟ । ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ।

ତେବେ ଫେବୃଆରୀ ୫ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନରେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଅଧିବେଶନ ଆରମ୍ଭରୁ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ତେଣୁ ଅନୁମାନ କରଯାଉଛି ଏଥର ବଜେଟ୍ ରେ ସରକାର କିଛି ଘୋଷଣା କରିପାରନ୍ତି । ଆଜି ବି ଗୃହ ସରଗରମ ରହିପାରେ ।

ଆଗକୁ ନିର୍ବାଚନ ଥିବାରୁ ବଜେଟରେ ଲୋକାଭିମୁଖୀ ଯୋଜନା ଘୋଷଣା ହୋଇପାରେ । ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ ।

Leave A Reply

Your email address will not be published.