Latest Odisha News

BREAKING NEWS

କ୍ରିକେଟ ଇତିହାସର ସବୁଠାରୁ ବିବାଦୀୟ ମ୍ୟାଚ

ପାକିସ୍ତାନ କ୍ରିକେଟ ସହ ବିବାଦ କିଛି ବଡ କଥା ନୁହେଁ । ତେବେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟକୁ ସବୁଠାରୁ ବିବାଦୀୟ ମ୍ୟାଚ ବୋଲି କୁହାଯାଏ । ୨୦୦୬ରେ ଏହି ଟେଷ୍ଟ ଓଭାଲରେ ଖେଳା ଯାଇଥିଲା । ଇଂଲଣ୍ଡ ଟିମ ଏହି ମ୍ୟାଚର ପ୍ରଥମ ଇନିଂସରେ ୧୭୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ପାକିସ୍ତାନ ମହମ୍ମଦ ୟୁସୁଫଙ୍କ ଶତକ ସହାୟତାରେ ୫୦୪ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଟିମ ଭଲ ପ୍ରଦର୍ଶନ କରି ୪ ୱିକେଟ ବିନିମୟରେ ୨୯୮ ରନ କରିଥିଲେ । ସେହି ସମୟରେ ଏ ଭଳି ଏକ ଘଟଣା ଘଟିଲା ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ଅମ୍ପାୟାର ଡାରେଲ ହାର୍ପର ପାକିସ୍ତାନ ବୋଲର ବଲ ଟ୍ୟାମ୍ପରିଂ କରିଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ଇଂଲଣ୍ଡକୁ ୫ ରନ ଦିଆଯିବା ସହ ବଳ ବଦଳା ଯାଇଥିଲା । ଚୋରୀ ଧରା ପଡିିଯିବା ଯୋଗୁ ପାକିସ୍ତାନ ଟିମ ଫିଲ୍ଡକୁ ଖେଳିବା ପାଇଁ ଆସି ନ ଥିଲେ । ଅଧିନାୟକ ଇଞ୍ଜାମାମ ଉଲ ହକ ଏହି ନିଷ୍ପତି ନେଇଥିଲେ । କିଛି ସମୟ ପରେ ଏହା ଭୁଲ ନିଷ୍ପତି ମନେ କରି ସେମାନେ ଯେତେବେଳେ ପଡିଆକୁ ଖେଳିବାକୁ ଆସିଲେ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା ।

ଅମ୍ପାୟାର ଡାରେଲ ହେୟାର, ୱିଲି ଡୋକ୍ଟ୍ରୋଭ ଓ ମ୍ୟାଚ ରେଫରି ମାଇକ ପ୍ରୋକ୍ଟର ଦୀର୍ଘ ସମୟ ଆଲୋଚନା କରିବା ପରେ ମ୍ୟାଚ ସମାପ୍ତ ବୋଲି ଘୋଷଣା କରିଥିଲେ । ଇଂଲଣ୍ଡକୁ ବିଜୟୀ ବିବେଚନା କରାଯାଇଥିଲା । ଏହାର ମାସକ ପରେ ଇଞ୍ଜାମାମ ଉଲ ହକଙ୍କୁ ୪ଟି ଦିନିକିଆ ମ୍ୟାଚରୁ ବାସନ୍ଦ କରାଯାଇଥିଲା ।

୨ ବର୍ଷ ପରେ ପିସିବିର ଚାପ ଯୋଗୁ ଏହି ମ୍ୟାଚରେ ଇଂଲଣ୍ଡକୁ ବିଜୟୀ ନିଷ୍ପତି ବଦଳା ଯାଇ ଡ୍ର କରାଯାଇଥିଲା । ପୂନର୍ବାର ବର୍ଷକ ପରେ ଆଇସିସି ଏମସିସି ସହ ଆଲୋଚନା କରି ପୁନର୍ବାର ଇଂଲଣ୍ଡକୁ ବିଜୟୀ ଘୋଷିତ କରିଥିଲା । ଆନ୍ତର୍ଜାତୀୟ କ୍ରିକେଟରେ କୌଣସି ମ୍ୟାଚର ଫଳାଫଳ ଏତେ ଥର ବଦଳା ଯାଇ ନ ଥିଲା ।

Leave A Reply

Your email address will not be published.