Latest Odisha News

BREAKING NEWS

ମହିଳା ବିଶ୍ୱକପ ହକି: ଭାରତ କ୍ୱାର୍ଟର୍ ଫାଇନାଲରେ, ୩-୦ ରେ ଇଟାଲୀକୁ ପରାସ୍ତ କଲା

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ ହକିରେ ଭାରତୀୟ ଦଳ ଚମତକାର ଖେଳ ପ୍ରଦର୍ଶନ କରି ନକଆଉଟ ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲକୁ ଉନ୍ନୀତ ହୋଇଛି ।

ଭାରତୀୟ ଦଳ ଏହି ମ୍ୟାଚରେ ବେଶ୍ ଆତ୍ମବିଶ୍ୱାସର ସହିତ ଖେଳୁଥିବାର ଦେଖାଯାଇଥିଲା । ଭାରତୀୟ ଦଳ ପକ୍ଷରୁ ମାତ୍ର ୯ ମିନିଟରେ ଲାଲରେମସିଆମି ଏକ ସୁନ୍ଦର ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ । ଇଟାଲୀ ଡ଼ି ଏରିଆରେ ସବୁବେଳେ ଭାରତୀୟ ଖେଳାଳିମାନେ ଘନଘନ ଆକ୍ରମଣ କରୁଥିବାର ଦେଖାଯାଉଥିଲା ।

ଭାରତ ପକ୍ଷରୁ ୨ୟ ଗୋଲ ସ୍କୋର କରିଥିଲେ ନେହା ଗୋୟଲ । ଖେଳର ୫୫ ମିନିଟରେ ଦଳ ପକ୍ଷରୁ ବନ୍ଦନା କାଟେରିଆ ୩ୟ ଗୋଲ ସ୍କୋର କରିବା ଫଳରେ ଭାରତ ୩-୦ରେ ଅଗ୍ରଣୀ ହାସଲ କରିପାରିଥିଲା ।

ସୂଚନାଯୋଗ୍ୟ ୪୦ବର୍ଷ ପୂର୍ବରୁ ଅର୍ଥାତ ୧୯୭୮ ମସିହା ସ୍ପେନର ମାଦ୍ରିଦ ମହିଳା ବିଶ୍ୱକପରେ ଭାରତ କ୍ୱାର୍ଟର ଫାଇନାଲକୁ ଯାଇ ୭ମ ସ୍ଥାନ ହାସଲ କରିଥିଲା ।

“ଆମେ ଜିତିବା ଲାଗି ଆଜି ପଡ଼ିଆକୁ ଓହ୍ଲାଇଥିଲୁ, ଯେନତେନ ପ୍ରକାରେ ଏହି ମ୍ୟାଚଟିକୁ ଜିତିବାକୁ ଆମେ ପରିଶ୍ରମ କରି ଖେଳିଥିଲୁ, ପରିଶ୍ରମର ଫଳ ପାଇଲୁ । ଏବେ ଆମେ ଆମର ଆଗାମୀ ମ୍ୟାଚକୁ ଜିତିବା ଲକ୍ଷ୍ୟ ରଖିଛୁ ।” ମ୍ୟାଚ ଶେଷରେ ଏହି କଥା କହିଛନ୍ତି ଭାରତୀୟ ଅଧିନାୟିକା ରାଣୀ ରାମପାଲ ।

ଭାରତ କ୍ୱାର୍ଟର ଫାଇନାଲରେ ଶୁକ୍ରବାର ଦିନ ଶକ୍ତିଶାଳୀ ଆର୍ୟାଲ୍ୟାଣ୍ଡକୁ ଭେଟୁଛି । ଏହି ବିଶ୍ୱକପରେ ୪ ଜଣ ଓଡ଼ିଆ ଖେଳାଳି ଖେଳୁଛନ୍ତି, ସେମାନେ ହେଲେ – ଲିଲିମା ମିଞ୍ଜ, ସୁନିତା ଲାକ୍ରା, ଦୀପ୍ ଗ୍ରେସ ଏକ୍କା ଏବଂ ନମିତା ଟପ୍ପୋ ।

Leave A Reply

Your email address will not be published.