ମୁମ୍ବାଇ: ପୁଣି ବି-ଟାଉନରେ ବାଜିବ ଶାହାନାଇ। ହତକୁ ଦି ହାତ ହେବାକୁ ଯାଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଚର୍ଚ୍ଚିତ ଯୋଡି। ଅଭିନେତ୍ରୀ ରକୁଲ ପ୍ରୀତ ସାଜିବେ ବଧୂ। ଅଭିନେତା ତଥା ପ୍ରଡ୍ୟୁସର ଜ୍ୟାକି ଭଗନାନୀଙ୍କ ଧରିବେ ହାତ। ଏଥିପାଇଁ ଆରମ୍ଭ ହୋଇଗଲାଣି ଜୋରସୋର୍ରେ ପ୍ରସ୍ତୁତି । ଗତକାଲିଠୁ ଆରମ୍ଭ ହୋଇଛି ଦୁଇ ଜଣଙ୍କ ପ୍ରି-ୱେଡିଙ୍ଗ୍ ସେଲିବ୍ରେଶନ ।
ଗତକାଲି ସନ୍ଧ୍ୟାରେ ରକୁଲ ପ୍ରୀତ ସିଂ ନିଜ ପରିବାର ସହ ଜ୍ୟାକିଙ୍କ ଘରେ ପହଞ୍ଚିଛନ୍ତି । ପାପାରାଜିମାନେ ରାକୁଲ ପ୍ରୀତ ସିଂଙ୍କୁ ତାଙ୍କ ପରିବାର ସହିତ ଜ୍ୟାକିଙ୍କ ଘରକୁ ଯାଉଥିବା ଦେଖିଥିଲେ। ଜ୍ୟାକିଙ୍କ ଘର ବାହାରେ ରକୁଲଙ୍କୁ ତାଙ୍କ ପରିବାର ସହ ଦେଖିଥିଲେ ପାପାରାଜି । ଯେଉଁଠାରୁ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ରାକୁଲ ପ୍ରୀତ ସିଂ ଏକ କାରରେ ଜ୍ୟାକିଙ୍କ ଘରକୁ ଯାଉଥିବାର ନଜର ଆସିଛନ୍ତି । ରାକୁଲ ପ୍ରୀତ ସିଂ ପାପାରାଜି ସାମ୍ନାରେ କାରରୁ ବାହାରକୁ ଆସିନଥିଲେ କିନ୍ତୁ ତାଙ୍କ ଗାଡି ଜ୍ୟାକିଙ୍କ ଘର ଭିତରକୁ ଯାଉଥିବାର ଦେଖିବାକୁ ମିଳିଛି । ଭିଡିଓରେ ରାକୁଲ ପ୍ରୀତ ସିଂ ଏକ ସୁନ୍ଦର ଚୋକର୍ ନେକଲେସ୍ ଏବଂ କଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ।
ସୂଚନାଯୋଗ୍ୟ ଯେ, ଗୋଆରେ ଆସନ୍ତା ୨୧ ତାରିଖରେ ଉଭୟଙ୍କ ହେବ ଗ୍ରାଣ୍ଡ ଓ୍ୱେଣ୍ଡିଂ। ହିନ୍ଦୁ ରୀତିନୀତି ଅନୁସାରେ ପଡିବ ହାତଗଣ୍ଠି। ହୋମ ନିଆଁକୁ ସାକ୍ଷୀ ରଖି ସାତଫେରା ନେବେ ରକୁଲ ଓ ଜ୍ୟାକି।ତେବେ ଉଭୟଙ୍କ ଏହି ବିବାହ ବେଶ୍ ପ୍ରାଇଭେଟ ରହିବ। ଏହି ବିବାହରେ କେବଳ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହେବ।୧୯ ଓ ୨୦ ଫେବ୍ରୁଆରୀରେ ରକୁଲ ଓ ଜ୍ୟାକିଙ୍କ ପ୍ରି-ଓ୍ୱେଣ୍ଡିଂ ଫଙ୍କସନ୍ ଆରମ୍ଭ ହେବ। ପ୍ରାୟ ତିନି ଦିନ ଯାଏଁ ବିବାହ ଉତ୍ସବ ଚାଲିବ। ବିବାହ ପରେ ୨୨ ଫେବ୍ରୁଆରୀରେ ମୁମ୍ବାଇରେ ଆୟୋଜିତ ହେବ ଗ୍ରାଣ୍ଡ ଓ୍ୱେଣ୍ଡିଂ ରିସେପ୍ସନ୍। ଏଥିରେ ବଲିଉଡ ଓ ସାଉଥର ଅନେକ ଫିଲ୍ମ ଷ୍ଟାର୍ ସାମିଲ ହେବେ।୨୦୨୧ରେ ଜ୍ୟାକି-ରାକୁଲ ସୋଶାଲ ମିଡିଆରେ ନିଜ ସମ୍ପର୍କକୁ ଘୋଷଣା କରିଥିଲେ। ସେହିଦିନ ଠାରୁ ବି-ଟାଉନର ସମସ୍ତ ପାର୍ଟି ଓ ଫଙ୍କସନରେ ରାକୁଲ ଓ ଜ୍ୟାକି ପ୍ରାୟ ଏକାଠି ନଜର ଆସନ୍ତି।
Comments are closed.