ଅଯୋଧ୍ୟା: ଗତ କିଛିଦିନ ତଳେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରଣପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ଯୋଗ ଦେଇଥିଲେ ଅନେକ ବଡିଉଡ୍ ତାରକା । ସେବେଠାରୁ ବି-ଟାଉନ୍ ର ତାରକାମାନେ କ୍ରମାଗତ ଭାବରେ ଅଯୋଧ୍ୟାକୁ ଯାଇ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ନିକଟରେ ଅମିତାଭ ବଚ୍ଚନ ମଧ୍ୟ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଥିଲେ । ଏହାରିଭିତରେ ଆଜି ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀ ପୁଣି ଥରେ ରାମଲାଲାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଅଯୋଧ୍ୟାରେ ପହଞ୍ଚିଛନ୍ତି ।
ଆଜି ସକାଳୁ ସକାଳୁ ହେମା ମାଳିନି ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ରାମ ମନ୍ଦିର ଗସ୍ତର ଅନେକ ଫଟୋ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ସେ ‘ରାମଲାଲାଙ୍କର ଦିବ୍ୟ ଦର୍ଶନ’ର ଆନନ୍ଦ ନେଇଛନ୍ତି । ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସେ ମନ୍ଦିରରେ ‘ରାଗ ସେବା’ କରିବେ । ସେ ସେୟାର କରିଥିବା ଫଟୋରେ ଲେଖିଛନ୍ତି, “ବର୍ତ୍ତମାନ ପରିବାର ସହିତ ଅଯୋଧ୍ୟାରେ ଅଛି ଏବଂ ରାମ ଲାଲାଙ୍କର ଦିବ୍ୟ ଦର୍ଶନର ଆନନ୍ଦ ନେଉଛି । ପ୍ରକୃତରେ ବିଶେଷ ରୁପରେ ନିଜକୁ ଧନ୍ୟମନେ କରୁଛି, କାରଣ ମୁଁ ରାମ ଲାଲାଙ୍କ ପାଇଁ ମନ୍ଦିରରେ ମୋର ରାଗ ସେବା କରିବି । ଅନେକ ପ୍ରତିଷ୍ଠିତ କଳାକାର ଏଠାରେ ଅଭିନୟ କରିସାରିଛନ୍ତି ଏବଂ ଆହୁରି ଅନେକ ଅଛନ୍ତି ଏହା ଏକ ଦିବ୍ୟ ଆହ୍ୱାନ | “
ତାଙ୍କର ଏହି ଗସ୍ତ ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମନ୍ଦିର ନିର୍ମାଣ ହେତୁ ଅନେକ ଲୋକଙ୍କୁ ରୋଜଗାର ମିଳିଛି । ସେ ମନ୍ଦିରର ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଥିଲେ । ହେମା କହିଛନ୍ତି ଯେ, “ଆମେ ଦର୍ଶନ କଲୁ । ବମ୍ବେରୁ ଆମେ ଏକ ପ୍ରୋଗ୍ରାମ୍ ପାଇଁ ଏଠାକୁ ଆସିଛୁ | ସବୁକିଛି ଦେଖିଲୁ, ବହୁତ ସୁନ୍ଦର ଲାଗୁଛି ସବୁକିଛି । ସବୁକିଛି ବହୁତ ଭଲ ବ୍ୟବସ୍ଥା ମଧ୍ୟ ହୋଇଛି । ହେମା ମାଳିନୀ ଆହୁରି ମଧ୍ୟ କହିଛନ୍ତି, ” ବହୁତ ଭଲ ବିକାଶ ଘଟୁଛି, ଗୋଟିଏ ମନ୍ଦିର ହେତୁ ଏଠାରେ ଅନେକ ଲୋକ ଚାକିରୀ ପାଇଛନ୍ତି, ଅନେକ ଜିନିଷ ଲୋକଲୋଚନକୁ ଆସିପାରୁଛି । ସହରର କାର୍ଯ୍ୟ ବଢୁଛି ଏବଂ ଆୟ ମଧ୍ୟ ବୃଦ୍ଧି ପାଉଛି । ଏଠାରେ ରହୁଥିବା ଲୋକଙ୍କ ପାଇଁ ଏହା ମଧ୍ୟ ବହୁତ ଭଲ କଥା। ”
ସୂଚନାଯୋଗ୍ୟ ଯେ, ହେମା ମାଳିନୀ ଦ୍ୱିତୀୟ ଥର ପାଇଁ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କର ଦର୍ଶନ କରିଛନ୍ତି । ଏହାପୂର୍ବରୁ ସେ ଅଯୋଧ୍ୟାକୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ। ବର୍ତ୍ତମାନ ହେମା ରାମଲାଲାଙ୍କ ସେବାରେ ଚାଲିଥିବା ରାଗ ସେବାରେ ତାଙ୍କ ଅଭିନୟ ସହିତ ଦର୍ଶକଙ୍କୁ ଆକର୍ଷିତ କରିବାକୁ ଆସିଛନ୍ତି |
Comments are closed.