ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ସେ ବୋଲି ନୁହନ୍ତି ପୂର୍ବତନ ଜିଲ୍ଲା ସଭାପତି ଭାବେ କଂଗ୍ରେସରେ କାର୍ଯ୍ୟରତ ଥିବା ସରୋଜ ପଟ୍ଟନାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇ ନେତାଙ୍କୁ ଅନୁସରଣ କରି ଦଳର ଅନ୍ୟ ନେତା ଓ କର୍ମୀମାନେ ମଧ୍ୟ ହାତ ଦଳର ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ନବୀନ ଚନ୍ଦ୍ର ନାରାୟଣ ଦାସ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ତତକାଳୀନ କଂଗ୍ରେସ ସରକାରରେ ପଞ୍ଚାୟତ ରାଜ, ବାଣିଜ୍ୟ ଓ ପରିବହନ ଏବଂ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଥିଲେ। ନିକଟରେ କେନ୍ଦ୍ରପଡ଼ାର ଚର୍ଚ୍ଚିତ ରାଜନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ହାତ ଛାଡ଼ିଥିଲେ। ପରେ ବିଧିବଦ୍ଧ ଭାବେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।
BREAKING NEWS
- ନୃଶଂସ ପୁଅର ଉନ୍ମତ୍ତକାଣ୍ଡ, ମା’କୁ ପିଟିପିଟି କଲା ହତ୍ୟା
- ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର
- ଶାହି ଜାମା ମସଜିଦର ସର୍ଭେ କାର୍ଯ୍ୟକୁ ବିରୋଧ, ପୋଲିସର ଲାଠି ଚାର୍ଜ
- କାର୍ଗୋ ସ୍ପେସକ୍ରାଫ୍ଟ କଣ ? ସୁନିତା ୱିଲିୟମ୍ସଙ୍କୁ ବଞ୍ଚାଇ ପାରିବ କି ଏହି ମହାକାଶଯାନ…
- ଅସ୍ତ୍ରଶସ୍ତ୍ରର ଥାଏ କି ବ୍ୟବହାରିକ ସମୟ ସମାପ୍ତି ? କ’ଣ କହୁଛି ବିଜ୍ଞାନ…
- ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ସହ ବହୁ ପୁରୁଣା ଫଟୋ ସେୟାର କଲେ ହ୍ରିତିକ
- ‘ଜଏଣ୍ଟ ଥେରାପି’ କ’ଣ? ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା
- ମନୁଷ୍ୟର ମସ୍ତିଷ୍କ ବୟସକୁ ହ୍ରାସ କରାଯାଇପାରିବ କି?
- ବିଗବସ୍ ମଞ୍ଚରେ ହିନା, ସ୍ଵାସ୍ଥ୍ୟ ବିଷୟରେ ପଚାରିଲେ ସଲମାନ
- ମଝି ରାସ୍ତାରେ ଓଲଟିଲା ପିକ୍ଅପ୍, ବୋହି ନେଲେ କୁକୁଡ଼ା
Comments are closed.