Latest Odisha News

BREAKING NEWS

ପେଟିଏମର ଅଧ୍ୟକ୍ଷ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୫ ଡେଡ ଲାଇନ ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ମାସ ୧୫ ତାରିଖ ପରେ ପେଟିଏମ ଆଉ କାମ କରିବ ନାହିଁ ବୋଲି ଆରବିଆଇ ପକ୍ଷରୁ ପୂର୍ବରୁ ଘୋଷଣା ହୋଇଥିଲା। ଆହୁରି ୧୮ ଦିନ ସମୟ ଥିବା ପୂର୍ବରୁ ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି। ୱାନ ୯୭ କମ୍ୟୁନିକେସନ ଲିଃ ମଧ୍ୟ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିଃ ତା’ର ବୋର୍ଡକୁ ପୁର୍ନଗଠନ କରିଛି ବୋଲି ମଧ୍ୟ ଘୋଷଣା କରିଛି। ଯାହା ପେଟିଏମର ମୂଳ କମ୍ପାନୀ ଅଟେ।

ପେଟିଏମର ପାର୍ଟ ଟାଇମ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାମ କରୁଥିଲେ ବିଜୟ । ପୂର୍ବରୁ ଆରବିଆଇ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ପାଳନ କରୁ ନଥିବାରୁ ପେଟିଏମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା । ଚଳିତ ମାସ ଶେଷ ତଥା ଫେବୃଆରୀ ୨୯ ପରେ ପେଟିଏମରେ ଡିପୋଜିଟ୍ କାମ ଦେବନି ବୋଲି ସୂଚନା ମିଳିଥିଲା । ପେଟିଏମରେ ଥିବା ଗ୍ରାହକଙ୍କ ୱାଲେଟ୍ ଟଙ୍କା ସରିବା ପର୍ଯ୍ୟନ୍ତ ସେମାନେ ପେଟିଏମ ବ୍ୟବହାର କରିପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସମୟସୀମା ବୃଦ୍ଧି କରାଯାଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପଟେ ଓସିଏଲ ପକ୍ଷରୁ ବିବୃତିରେ କୁହାଯାଇଛି ଯେ, ବିଜୟ ଶେଖର ଶର୍ମା ପେଟିଏମର ବୋର୍ଡରୁ ଇସ୍ତଫା ପ୍ରଦାନ କରିଛନ୍ତି । ପିପିବିଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନେ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବା ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ।

Comments are closed.