Latest Odisha News

ରାମ ଲାଲାଙ୍କ ଗର୍ଭ ଗୃହରେ ‘ଗରୁଡ’, ହାତ ଯୋଡ଼ି ପକାଇଲେ ଭକ୍ତ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷ ସହିତ ପଶୁପକ୍ଷୀ ମଧ୍ୟ ରାମଲଲାଙ୍କ ଦରବାର ଯାଉଛନ୍ତି। କିଛି ଦିନ ତଳେ ରାମଲାଲାଙ୍କ ମନ୍ଦିରରେ ଏକ ମାଙ୍କଡ଼ ଦେଖିବାକୁ ମିଳିଥିଲା। ଏବେ ମନ୍ଦିର ଚାରିପଟେ ଏକ ପକ୍ଷୀ ଉଡୁଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏହି ପକ୍ଷୀ ଆଉ କେହି ନୁହଁନ୍ତି ବରଂ ଗରୁଡ । ଯାହା ଶ୍ରୀରାମଙ୍କ ଜନ୍ମସ୍ଥାନରେ ବସିଥିବା ରାମ ଲାଲାଙ୍କ ଦରବାରରେ ପରିକ୍ରମା କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓକୁ ଖୁବ ଆଗ୍ରହର ସହ ଲୋକେ ଏବେ ସେୟାର କରୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ସପ୍ତାହକ ତଳେ ଗର୍ଭଗୃହ ଉପରକୁ ହଠାତ୍ ଏକ ପକ୍ଷୀ ବୁଲୁଥିବା ଦେଖିବାକୁ ମିଳିଥିଲା। ରାମ ମନ୍ଦିରର ସହକାରୀ ପୂଜକ ସନ୍ତୋଷ କୁମାର ତିଓ୍ଵାରୀ କହିଛନ୍ତି ଯେ, ତାହା ଗରୁଡ ପକ୍ଷୀ ଥିଲା। ଯାହା ଗରୁଡ ଦେବଙ୍କ ସମାନ ପ୍ରଜାତିର ଥିଲା। ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ପ୍ରଥମେ ଗୁଧି ମଣ୍ଡପ ପରିକ୍ରମା କରିବା ପରେ ସିଧାସଳଖ ଗର୍ଭଗୃହ ଭିତରକୁ ପ୍ରବେଶ କରି ଯାଇଥିଲା।ଏହି ନିଆରା ଘଟଣା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ବିଶ୍ୱାସ କରାଯାଏ ଯେ ଗରୁଡ଼ ଭଗବାନ ବିଷ୍ଣୁଙ୍କର ବାହନ ଅଟେ, ଆଉ ରାମ ହେଉଛନ୍ତି ବିଷ୍ନୁଙ୍କର ଏକ ଅବତାର।

Comments are closed.