Latest Odisha News

ଅନନ୍ତ-ରାଧିକାଙ୍କ କକଟେଲ ପାର୍ଟିରେ ସାମିଲ ହେଲେ ସେଲିବ୍ରିଟି, ଗାଉନରେ ନଜର ଆସିଲେ ରାଧିକା

ମୁମ୍ବାଇ: ମାର୍ଚ୍ଚ ୧ ତାରିଖରୁ ଧୁମଧାମରେ ଆରମ୍ଭ ହୋଇଛି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ଉତ୍ସବ। ଭାରତ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତି ଏହି ଦମ୍ପତିଙ୍କ ପ୍ରି-ୱେଡିଙ୍ଗ ଉତ୍ସବରେ ଯୋଗ ଦେଇଛନ୍ତି । ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଙ୍ଗ ସେଲିବ୍ରେସନର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ସୋସିଆଲ ମିଡିଆରେ ଅନନ୍ତ ଏବଂ ରାଧିକାଙ୍କ ଆଉ ଏକ ଫଟୋ ଦେଖିବାକୁ ମିଳିଛି । ପ୍ରି-ୱେଡିଙ୍ଗ ଉତ୍ସବର କକଟେଲ ପାର୍ଟିରେ ଅନନ୍ତ-ରାଧିକାଙ୍କ ଗ୍ଲାମର ଲୁକ୍ ଏବେ ପାର୍ଟିର ଆକର୍ଷଣ ସାଜିଥିଲା ।

ଅନନ୍ତ-ରାଧିକାଙ୍କ ୩ଦିନିଆ ପ୍ରି-ୱେଡିଙ୍ଗ ଉତ୍ସବର ପ୍ରଥମ ଦିନ ମ୍ୟୁଜିକାଲ୍ ନାଇଟ୍ ଏବଂ କକଟେଲ ପାର୍ଟିରୁ ଆରମ୍ଭ ହୋଇଥିଲା | ଯାହାର ଅନେକ ଭିଡିଓ ଏବଂ ଫଟୋ ଏବେ ଭାଇରାଲ ହେଉଛି । ଏହି ପାର୍ଟିରେ ଅନନ୍ତଙ୍କୁ ସେ ଏକ ଧଳା ସାର୍ଟ ସହିତ ଏକ କଳା ସୁଟରେ ଦେଖିବାକୁ ମିଳିଥିଲା । ତାଙ୍କ ସୁଟରେ ଏକ ହୀରାର ବ୍ରାଚ୍ ମଧ୍ୟ ଲାଗିଥିଲା । ସେପଟେ ଅଫ୍ ସୋଲ୍ଡର ଗାଉନରେ ରାଧିକା ମର୍ଚାଣ୍ଟ ଅତ୍ୟନ୍ତ ଗ୍ଲାମରସ୍ ଦେଖାଯାଉଥିଲେ । ଅନନ୍ତ ଅମ୍ବାନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ରାଧିକା ମର୍ଚାଣ୍ଟ ୨୦୨୨ ମେଟ ଗାଲାରେ ଅଭିନେତ୍ରୀ ବ୍ଲେକ୍ ଲାଇଭଲି ପିନ୍ଧିଥିବା ପରି ପୋଷାକ ପିନ୍ଧିଥିଲେ |ଏକ ପିଙ୍କ କଲର୍ ଅଫ୍ ସୋଲ୍ଡର ଗାଉନରେ ଖୁବ୍ ସୁନ୍ଦର ଲାଗୁଥିଲେ ରାଧିକା ।

ପ୍ରାକ୍‍ ବିବାହ ଉତ୍ସବର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନରେ ଜାମନଗରରେ ହଲିଉଡର ଗାୟିକା ତଥା ପପ୍‍ ଷ୍ଟାର ରିହାନା ମୁଖ୍ୟ ଆକର୍ଷଣ ସାଜିଥିଲେ। ମଞ୍ଚରେ ସଙ୍ଗୀତ ପରିବେଶଷ ସହିତ ଏକ ଆଲୋଡନ ସୃଷ୍ଟି କରିଥିଲେ ଯେଉଁଥିରେ ଅମ୍ବାନୀ ପରିବାରର ସମସ୍ତ ସଦସ୍ୟ ଏକା ସାଙ୍ଗରେ ନୃତ୍ୟ କରିଥିଲେ। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଓ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଟାଣ୍ଟ ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ରାଧିକା-ଅନନ୍ତଙ୍କ ପିଲା ଦିନର ବନ୍ଧୁ । ରାଧିକା ମର୍ଚାଣ୍ଟ ଜଣେ ଜଣାଶୁଣା ବ୍ୟବସାୟୀ ତଥା ଏନକୋର ହେଲଥ କେୟାରର ସିଇଓ ଭିରେନ ମର୍ଚାଣ୍ଟଙ୍କ ଝିଅ । ରାଧିକା ନିଜେ ଏହି କମ୍ପାନୀ ପରିଚାଳନା କରନ୍ତି ଏବଂ ଡିରେକ୍ଟର ଭାବେ ମଧ୍ୟ । ଆସନ୍ତା ଜୁଲାଇ ୧୨ରେ ରାଧିକା-ଅନନ୍ତଙ୍କ ବିବାହ ବନ୍ଧନରେ ବାନ୍ଧି ହେବେ ।

Comments are closed.