Latest Odisha News

BREAKING NEWS

ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ; ରାତି ୧୦ ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର: ମାର୍ଚ୍ଚ ୮ ତାରିଖରେ ପାଳିତ ହେବ ମହାଶିବରାତ୍ରୀ ଅର୍ଥାତ୍ ଜାଗର । ଏନେଇ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଚଳିତଥର ରାତି ୧୦ ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ ।

ଭୋର୍ ୩ ଟାରୁ ମନ୍ଦିର ଖୋଲାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ । ଏହାପରେ ୩ ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଏହା ପରେ ଭୋର ସାଢେ ତିନି ରୁ ସକାଳ ୧୧ ଟା ପର୍ଯ୍ୟନ୍ତ ହେବ ସାହାଣମେଲା ଦର୍ଶନ କରିପାରିବେ ଭକ୍ତ ।

ପରେ ୧୨ ଟା ରୁ ୧୨ ଟା ୪୫ ମଧ୍ୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାସ୍ନାନ ବେଶ ଅନୁଷ୍ଠିତ ହେବ । ୨ ଟା ୩୦ରେ ସକାଳଧୂପ ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ପୁଣି ଅପରାହ୍ନ ୩ ଟା ୪୫ ରୁ ୪ ଟା ୪୫ ପର୍ଯ୍ୟନ୍ତ ହେବ ସାହାଣମେଲା ଦର୍ଶନ । ପୁଣି ସନ୍ଧ୍ୟା ୫ ଟା ୪୫ ରୁ ୭ ଟା ରେ ଭଗବାନ ଲିଙ୍ଗରାଜଙ୍କ ମଧ୍ୟାହ୍ନ ଧୂପ କରାଯିବ । ପହୁଡ ନୀତି ସନ୍ଧ୍ୟା ୭ଟା ରେ ଅନୁଷ୍ଠିତ ହେବ ଏବଂ ସାନ୍ଧ୍ୟା ଆଳତୀ ୭ ଟା ୩୦ ରେ ଅନୁଷ୍ଠିତ ହେବ ।

ସନ୍ଧ୍ୟା ଧୂପ ନୀତି ସରିବା ପରେ ରାତି ୧୦ ଟାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ ଉଠିବ । ଏହାପରେ ରାତି ୧୦ ରୁ ୧୧ ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ ଭକ୍ତ । ହରିହର ଭେଟ ନୀତି ପରେ, ମାର୍ଚ୍ଚ ୯ ତାରିଖ ସକାଳ ୪.୩୦ ସମୟରେ ଭଗବାନ ଲିଙ୍ଗରାଜଙ୍କ ବଡସିଂହାର ଏବଂ ପହୁଡ ନୀତି ଅନୁଷ୍ଠିତ ହେବ ବୋଲି ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.