Latest Odisha News

BREAKING NEWS

ପାଖରେ ପଇସା ନଥିବାରୁ ଲୋକସଭା ନିର୍ବାଚନ ଲଢିବେନି କହିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୬ରୁ ରାଜ୍ୟସଭା ସାଂସଦ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ଲୋକସଭା ଆସନ ପାଇଁ ଟିକେଟ ପାଇଛନ୍ତି। କିନ୍ତୁ ତାଙ୍କ ପାଖରେ ପଇସାର ଅଭାବ ରହିଥିବାରୁ ସେ ଦଳର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଟାଇମ୍ସ ନାଓ ସମ୍ମିଳନୀରେ ସୀତାରମଣ କହିଛନ୍ତି ଯେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ନିର୍ବାଚନ ଲଢ଼ିବାର ବିକଳ୍ପ ପ୍ରଦାନ କରିଛନ୍ତି। ହେଲେ ନିର୍ବାଚନ ଲଢ଼ିବାକୁ ତାଙ୍କ ପାଖରେ ଆବଶ୍ୟକ ଆର୍ଥିକ ସମ୍ବଳର ଅଭାବ ରହିଛି ବୋଲି କହିଛନ୍ତି।

ତେବେ କେବଳ ଟଙ୍କା ପାଇଁ ନୁହେଁ ବୋଲି ସୀତାରମଣ ସ୍ପଷ୍ଟ କରିଛନ୍ତି। ଅନ୍ୟାନ୍ୟ ପ୍ରସଙ୍ଗ ଯେପରି ବିଜୟୀ ହେବାର ମାନଦଣ୍ଡ, ଧର୍ମ ଏବଂ ଅନ୍ୟାନ୍ୟ କାରଣ ବୋଲି ସେ କହିଛନ୍ତି। ଏପରି କହି ସେ ନିର୍ବାଚନୀ ଦୌଡ଼ରୁ ଓହରି ଯାଇଛନ୍ତି।

ତେବେ ସୀତାରମଣ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ବିଜେପିର ଏକାଧିକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି।

Comments are closed.