Latest Odisha News

BREAKING NEWS

ଆଇପିଏଲରେ ରେକର୍ଡ ଦଳଗତ ସ୍କୋର କଲା ହାଇଦ୍ରାବାଦ

ହାଇଦ୍ରାବାଦ: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ଟିମ ସ୍କୋର କରିବାରେ ରେକର୍ଡ କରିଛି । ପୂର୍ବରୁ ପୁଣେ ୱାରିୟର୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ ୱିକେଟ ବିନିମୟରେ ୨୬୩ ରନ କରି ଶୀର୍ଷରେ ରହିଥିଲା । ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହାଇଦ୍ରାବାଦ ୩ ୱିକେଟ ବିନିମୟରେ ୨୭୭ ରନର ବିଶାଳ ସ୍କୋର କରିଛି । ମୁମ୍ବାଇକୁ ଏବେ ବିଜୟ ପାଇଁ ୨୭୮ ରନର ଆବଶ୍ୟକତା ରହିଛି । ହାଇଦ୍ରାବାଦ ପକ୍ଷରୁ ଟ୍ରେଭିସ ହେଡ(୨୪ ବଲରୁ ୬୨), ଅଭିଷେକ ଶର୍ମା(୨୩ ବଲରୁ ୬୩), ଆଇଡେନ ମାର୍କରାମ(୨୮ ବଲରୁ ଅପରାଜିତ ୪୨) ଓ ହେନେରିକ କ୍ଲାସେନ(୩୪ ବଲରୁ ଅପରାଜିତ ୮୦ ରନ) ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ଗେରାଲ୍ଡ କୋଏଟଜି ଓ ପୀୟୂଷ ଚାୱାଲା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ଆଇପିଏଲରେ ସର୍ବାଧିକ ଦଳଗତ ସ୍କୋର-
୧.ସନରାଇଜର୍ସ ହାଇଦ୍ରାବାଦ:୨୭୭/୩( ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ, ୨୦୨୪) ।
୨. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ୨୬୩/୫(ବିପକ୍ଷ-ପୁଣେ ୱାରିୟର୍ସ, ୨୦୧୩) ।
୩.ଲକ୍ଷ୍ନୌ ସୁପର ଜ୍ୟାଂଟସ: ୨୫୭/୫(ବିପକ୍ଷ-ପଞ୍ଜାବ କିଙ୍ଗସ, ୨୦୨୩) ।
୪.ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ୨୪୮/୩(ବିପକ୍ଷ- ଗୁଜରାଟ ଲାୟନ୍ସ, ୨୦୧୬) ।
୫. ଚେନ୍ନାଇ ସୁପର କିଙ୍ଗସ:୨୪୬/୫(ବିପକ୍ଷ-ରାଜସ୍ଥାନ ରୟାଲ୍ସ, ୨୦୧୦) ।

Leave A Reply

Your email address will not be published.