Latest Odisha News

ସାପ୍ତାହିକ ହାଟରେ ବୋମା ମାଡ, ଗୋରୁ ବେପାରୀଙ୍କଠାରୁ ଲୁଟିନେଲେ ୧୪ ଲକ୍ଷ ଟଙ୍କା ଓ ବୋଲେରୋ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ସାପ୍ତାହିକ ହାଟରେ ବୋମା ମାଡ । ୫ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଗୋରୁ ବେପାରୀଙ୍କଠାରୁ ଲୁଟିନେଲେ ୧୪ ଲକ୍ଷ ଟଙ୍କା ଓ ବୋଲେରୋ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ଆଜି ସକାଳେ କିଛି ଗୋରୁ ବେପାରୀ ଏକ ବୋଲେରୋ ଯୋଗେ ଜିରାଳ ସାପ୍ତାହିକ ହାଟକୁ ଆସିଥିଲେ । ସାପ୍ତାହିକ ହାଟରେ ଗାଡ଼ି ରଖି ଗୋରୁ ବେପାରୀମାନେ ହାଟକୁ ଯାଇଥିଲେ । ଏହି ସମୟରେ ୫ ଜଣ ଦୁର୍ବୁତ୍ତ ୩ ଟି ବାଇକରେ ଆସି ପ୍ରଥମେ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ବୋମା ମାଡ଼ କରିଥିଲେ ।

ପରେ ଗାଡ଼ିରେ ଥିବା ୧୪ ଲକ୍ଷ ଟଙ୍କା ଓ ବୋଲେରୋ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ । ଏନେଇ ଗୋରୁ ବେପାରୀ ମାନେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରୁଛି ପୋଲିସ ।

Comments are closed.