Latest Odisha News

BREAKING NEWS

ପୁଣି ଅଶାନ୍ତ ପଦ୍ମକେଶରୀପୁର, ଫୁଟିଲା ବୋମା, ୨ ଆହତ

ଭୁବନେଶ୍ଵର: ପୁଣି ଅଶାନ୍ତ ପଦ୍ମକେଶରୀପୁର । କିଛି ଦିନର ବିରତି ପରେ ପୁଣି ଥରେ ପଦ୍ମକେଶରୀପୁରରେ ଅଶାନ୍ତି ଦେଖିବାକୁ ମିଳିଛି । ସୁଧ ଟଙ୍କା କାରବାରକୁ ନେଇ ପଦ୍ମକେଶରୀପୁରରେ ବୋମାମାଡ ହୋଇଛି । ବୋମାମାଡରେ ଗୋଟିଏ ପରିବାରର ୨ଜଣ ଆହତ ହୋଇଛନ୍ତି । ୨ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବୋମାମାଡ ପରେ ଗାଁରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସୁଧ ବ୍ୟବସାୟ କରୁଥିବା ବାବୁଲା ଦାସ ନାମକ ଜଣେ ବ୍ୟକ୍ତି ତାଙ୍କର କିଛି ସହଯୋଗୀ ସହ ତାଙ୍କ ଠାରୁ ସୁଧ ନେଇଥିବା ସନାତନର ଘରେ ପହଞ୍ଚିଥିଲେ । ସନାତନଙ୍କୁ ଜୋର ଜବରଦସ୍ତି ସୁଧ ଟଙ୍କା ମାଗିଥିଲା ବାବୁଲା । ଏହାକୁ ନେଇ ସନାତନ ଓ ବାବୁଲାଙ୍କ ମଧ୍ୟରେ ବଚସା ହୋଇଥିଲା । ଧିରେ ଧିରେ ଏହି ବଚସା ଉଗ୍ରରୂପ ନେଇଥିଲା । ପରେ ବାବୁଲା ଓ ତାଙ୍କର ସହଯୋଗୀ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ସମୟରେ ସନାତନଙ୍କ ବୋହୂ ପହଞ୍ଚି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରେ ବାବୁଲା ତାଙ୍କ ସହଯୋଗୀ ବୋମାମାଡ଼ କରି ଘଟଣାସ୍ଥଳରୁ ପଳାଇଥିଲେ ।

ସୂଚନାଯୋଗ୍ୟ ଯେ, ଏହି ଘଟଣାକୁ ନେଇ ପୂର୍ବରୁ ମଧ୍ୟ ପଦ୍ମକେଶରୀପୁରରେ ବିବାଦ ଦେଖାଦେଇଥିଲା । ଗତବର୍ଷ ଅକ୍ଟୋବର ମାସରେ ସୁଧ ଟଙ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ହିଂସା ଦେଖାଦେଇଥିଲା । ପରେ ୭୭ ଜଣ ପୁରୁଷ ଏବଂ ୫୦ ମହିଳାଙ୍କୁ ଗିରଫ କରିଥିଲା ପୋଲିସ । ଏହାପରେ ପୁରା ଗାଁ ପୁରୁଷ ଶୂନ୍ୟ ହୋଇଯାଇଥିଲା । ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା ଲାଗି ଯୋଗୁ ୧୪୪ ଧାରା ଜାରି କରିଥିଲା ପ୍ରଶାସନ । ଏନେଇ ଏକ ଶାନ୍ତି କମିଟି ମଧ୍ୟ ପ୍ରତିଷ୍ଠା ହୋଇଥିଲା । ମାତ୍ର କମିଟି ଗଠନ ହେବାର ୪ ମାସ ପରେ ପୁଣି ଅଶାନ୍ତ ହୋଇଛି ପଦ୍ମକେଶରପୁର।

 

Comments are closed.