Latest Odisha News

ବାହୁଡିବେ ପ୍ରଭୁ ଲିଙ୍ଗରାଜ, ସାଢେ ୩ଟାରେ ହେବ ରଥଟଣା

ଭୁବନେଶ୍ୱର: ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ଏପ୍ରିଲ ୧୬ ତାରିଖ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ ମାଉସୀମା ଘରକୁ ପ୍ରଭୁ ଲିଙ୍ଗରାଜ ବୁଲି ଆସିଥିଲେ। ଆଜି ଅପରାହ୍ନ ସେଢେ ୩ଟାରେ ରଥଟଣା ଆରମ୍ଭ ହେବ।

ସକାଳ ସାଢେ ୬ଟାରେ ମଙ୍ଗଳ ଆଳତୀ ଓ ଅବକାଶ, ସାଢେ ୬ଟାରୁ ସାଢେ ୯ଟା ସାହାଣ ମେଲା ଦର୍ଶନ, ସାଢେ ୮ଟା ମଧ୍ୟରେ ରୋଷ ହୋମ ଓ ପାକ କାର୍ଯ୍ୟ, ସାଢ଼େ ୯ଟାରୁ ୧୦ଟା ମଧ୍ୟରେ ଛାମୁ ପରିଷ୍କାର, ସକାଳ ୧୦ଟାରୁ ସାଢେ ୧୦ଟା ଭିତରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା, ସକାଳ ସାଢେ ୧୦ଟା ରୁ ସାଢେ ୧୧ଟା ମଧ୍ୟରେ ଶ୍ରୀଜିଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ, ସାଢେ ୧୧ଟା ରୁ ସାଢେ ୧୨ଟା ଭିତରେ ଭୋଗ ମଣ୍ଡପ, ସାଢେ ୧୨ଟା ରୁ ସାଢେ ୧ଟା ମଧ୍ୟରେ ଅଧର ପଣା ପୂଜା ହେବ । ପହଣ୍ଡି ଦିନ ସାଢେ ୧ଟା ରୁ ଅପରାହ୍ନ ୩ଟା ଭିତରେ ହେବ । ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ରଥଟଣା । ଫେରନ୍ତା ରଥ ଟଣା ବନ୍ଦ ହେବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ। ବାହୁଡ଼ା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Comments are closed.