Latest Odisha News

BREAKING NEWS

ଆହୁରି ବଢ଼ିବ ତାତି, ଆଜି ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ଵର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ସାରା ରାଜ୍ଯ । ଆକାଶରୁ ବର୍ଷୁଛି ନିଆଁ । ଗତବର୍ଷର ରେକର୍ଡ ଭାଙ୍ଗିଛି ତାତି । ଆଜି ବି ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ନୟାଗଡ଼, ଅନୁଗୁଳ, ମୟୂରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ। ଏଥିପାଇଁ ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଜି ସକାଳ ୮ଟା ୩୦ ସୁଦ୍ଧା ଭବାନୀପାଟଣାରେ ୩୫°C, ବଲାଙ୍ଗୀରରେ ୩୪.୨°C, ରାଉରକେଲାରେ ୩୩.୪°C, ଚାନ୍ଦବାଲିରେ ୩୩.୮°C ରେକର୍ଡ କରାଯାଇଛି । ସେହିପରି କଟକ, ବାରିପଦା, କେନ୍ଦୁଝର, ଝାରସୁଗୁଡା, ବାଲେଶ୍ୱରରେ ୩୩°C ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୩୨.୪°C, ଭୁବନେଶ୍ୱର ଏବଂ ତାଳଚେରରେ ୩୨.୨°C ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ତାଳଚେରରେ ୩୨.୨°C ରେକର୍ଡ କରାଯାଇଥିବା ବେଳେ ଭଦ୍ରକ, ନୂଆପଡା, ଜଗତସିଂହପୁରରେ ୩୧.୪°C ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ ଏପରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ସବୁବର୍ଷ ଅପେକ୍ଷା ଚଳିତ ମେ’ ମାସରେ ତାତି ଅଧିକ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସିଭିୟର ହିଟ୍ଓ୍ବେଭ୍ ପାଇଁ ୨୩ ଜିଲ୍ଲାକୁ ସତର୍କ କରାଯାଇଛି । ତେବେ ୨୧ ଏବଂ ୨୨ ତାରିଖ ବେଳକ ସାମୟିକ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ ବର୍ଷା । ୨୬ ରୁ ମେ ଦୁଇ ଯାଏଁ ପୁଣି ହେବ ନିଆଁ ବର୍ଷା ।

Leave A Reply

Your email address will not be published.